ମହଲାଇରେ ପାନୀୟ ଜଳ ଯୋଗାଣ ପାଇଁ ଲାଗିଛି ନିମ୍ନମାନର ଷ୍ଟାଣ୍ଡ ପୋଷ୍ଟ ଓ ନାହିଁ ଡ୍ରେନେଜ ବ୍ୟବସ୍ଥା : ଅନବରତ ଭାବେ ପଡ଼ି ଗାଁ ଦାଣ୍ଡରେ ପହଁରା ମାରୁଛି ପାଣି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଗାଁରେ ପ୍ରତିଦିନ ପାନୀୟ ଜଳ ଯୋଗାଣ ସମୟରେ ଲୋକେ ପାଣି ସଂଗ୍ରହ କରିବା ବେଳେ ଷ୍ଟାଣ୍ଡ ପୋଷ୍ଟରେ ଲାଗିଥିବା ଟେବ ବା ନଳ ଭାଙ୍ଗି ଯାଇଥିବାରୁ ସେଠାରୁ ଅନବରତ ଭାବେ ପାଣି ବାହାରିଥାଏ । ଏହାସହ ଗାଁରେ ଡ୍ରେନ ବ୍ୟବସ୍ଥା ନ ଥିବାରୁ ଗାଁ ଦାଣ୍ଡରେ ପାଣି ବହୁଛି ବୋଲି ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ମହଲାଇ ଗାଁରେ ଏଭଳି ଅବ୍ୟବସ୍ଥା ଯୋଗୁଁ ଗତ ବର୍ଷ ମେ ମାସରେ ହୋଇଥିବା ବର୍ଷା ଯୋଗୁଁ ଗାଁର ବିଭିନ୍ନ ଲୋକଙ୍କ ଘରକୁ ପାଣି ପଶି ଯାଇଥିଲା । ଏହାସତ୍ୱେ ପଞ୍ଚାୟତ ପକ୍ଷରୁ ଘଟଣାକୁ ଗୁରୁତ୍ୱ ନଦେବାରୁ ଗ୍ରାମବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ଗାଁରେ ଡ୍ରେନ ବ୍ୟବସ୍ଥା ଶୀଘ୍ର କରି ଷ୍ଟାଣ୍ଡ ପୋଷ୍ଟର ମରାମତି କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.