କୁଡ଼ାସିଂହା ନୋଡାଲ ସ୍କୁଲରେ ମୋ ସ୍କୁଲ୍ ଅଭିଯାନ

ଦେଓଗାଁଁ, (ମନୀଷ କୁମାର ସାହୁ) : ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ତିଳକ ରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ’ ଅଭିଯାନ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ସୁଶିଲ କୁମାର ଭୋଇଙ୍କ ସଭାପତିତ୍‌ତ୍ୱରେ ଏହି ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କମିଟି ଗଠନ କରାଗଲା । ଏହି କମିଟିର ସଭାପତି ଭାବରେ ପଦ୍ମକାନ୍ତ ସାହୁଙ୍କୁ ଚୟନ କରାଯାଇଥିଲା । ସମସ୍ତେ ମିଶି କିଭଳିି ଭାବେ ତାଙ୍କ ଗାଁ ସ୍କୁଲର ଉନ୍ନତି ହୋଇପାରିବ ତାହା ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

error: Content is protected !!