ତୁଷୁରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ

  • ଶିଶୁ ହସିଲେ, ଦୁନିଆଁ ହସିବ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା ଏନ୍‌ଏ‌ସି କ୍ଲଷ୍ଟରର ଚଳିତ ଶିକ୍ଷା ବର୍ଷର ଶିଶୁ ମହୋତ୍ସବ ସୁରଭି ୨୦୨୫ ତୁଷୁରା ଉଚ୍ଚ ବିଦ୍ୟାଳୟ ତୁଷୁରା ଠାରେ ପ୍ରଧାନ ଶିକ୍ଷକ ଜଗଦୀଶ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଆର୍ତ୍ତତ୍ରାଣ ଥାଟି ଯୋଗଦେଇ ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ସମସ୍ତେ ଚେଷ୍ଟିତ ହେବାକୁ ମାର୍ଗଦର୍ଶନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ତୁଷୁରା କେନ୍ଦୁଲିଫ୍ ରେଞ୍ଜର ମାନସ ରଞ୍ଜନ ବାରିକ ଓ ଆଇଆଇସି ମନୋଜ କୁମାର ପ୍ରଧାନ ଓ ଏସ୍‌ଏମ୍‌ଡିସି ସଭାପତି ସୁଧାକର ପ୍ରଧାନ ଯୋଗ ଦେଇଥିଲେ । ସି‌ଆର୍‌ସିସି ଜଗମୋହନ ତ୍ରିପାଠୀ ସ୍ୱାଗତ ଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ ଓ ଶିକ୍ଷୟିତ୍ରୀ ଜୟଶ୍ରୀ ପୋଢ ସହ ସଞ୍ଚାଳିକା ଭାବେ ସହଯୋଗ କରିଥିଲେ । ଏହି ଅବସରରେ ତୁଷୁରା ମାରଓ୍ଵାଡି ମହିଳା ସମିତି ସମସ୍ତ ଶିଶୁଙ୍କୁ ସରବତ ବଣ୍ଟନ କରିଥିଲେ । କ୍ଲଷ୍ଟର ତରଫରୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାଶଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବାଳକୃଷ୍ଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଏନ୍‌ଏ‌ସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ଯୋଗ ଦେଇ ଶିଶୁ ହସିଲେ ଦୁନିଆଁ ହସିବ ବୋଲି କହିଥିଲେ ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପିଙ୍କୁ ଅଗ୍ରୱାଲ, ଡାଏଟ୍ ବ୍ଲକ୍ କୋଅର୍ଡିନେଟର ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟା ମିତ୍ରା, ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ ଯୋଗ ଦେଇଥିଲେ । ସଂଗୀତ ଓ ନୃତ୍ୟ ବିଭାଗର ବିଚାରକ ଭାବେ ସୁହାନୀ ଖାନ୍, ସତ୍ୟ ନାରାୟଣ ବାଗ, ଶିବ ପ୍ରସାଦ ସାହୁ ଓ ସୁଧାକର ପ୍ରଧାନ ଯୋଗ ଦେଇ ନିରପେକ୍ଷ ବିଚାର କରିଥିଲେ । ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀର ପ୍ରତିଯୋଗିତା ମହୀପୁର ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ବେଳେ କନିଷ୍ଠ ଓ ବରିଷ୍ଠ ବିଭାଗର ସମସ୍ତ ପ୍ରତିଯୋଗିତା ତୁଷୁରା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ଜଗଦୀଶ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.