ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବକଟୀ ଉଷାଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବକଟୀ ବଂଶୀଧର ମେମୋରିଆଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସିଆର୍ସିସି ବାବୁଲାଲ ସାହୁ, ଉଷାଦେବୀ ସ୍କୁଲର ପ୍ରଧାନ ଶିକ୍ଷକ ଚିନ୍ମୟ ପୁରୋହିତ, ସ୍କୁଲ ପରିଚାଳନା କମିଟି ସଭାପତି ପ୍ରମୁଖ ମଂଚାସୀନ ଥିଲେ । ବକଟୀ କ୍ଲଷ୍ଟର ଅନ୍ତର୍ଗତ ବେନ୍ଦ୍ରା, ବଂଗାବାହାଲ, ଅସୁରମୁଣ୍ଡା, ବଡ ଖଲିଆପାଲି, ରାମପୁର, ଝରବନ୍ଧଲି ଆଦି ସ୍କୁଲମାନଙ୍କର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ଭାଗ ନେଇଥିଲେ । ପରେ ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କୃତି ଛାତ୍ରଛାତ୍ରୀ ମାନେ ଆସନ୍ତା ୧୭-୧୦-୨୫ ତାରିଖ ବ୍ଲକ ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମରେ ଭାଗ ନେବେ । ସରୋଜ ବିଶ୍ୱାଳ, ଦୋଳଗୋବିନ୍ଦ ସାହୁ, ମଂଚ ପରିଚାଳନା କରିଥିଲେ । ଗୋପବନ୍ଧୁ ପଟେଲ, ପିଣ୍ଟୁ ଦୋରା, ସଂଗୀତା ସାହୁ, ପ୍ରଭାତି ଜେନା, ଋଷଭ ଭୋଇ, ଲମ୍ବୋଦର ବିଶ୍ୱାଲ, ତଥା ବିଭିନ୍ନ ସ୍କୁଲରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
Prev Post
Next Post