ଡୁଡୁକିଝରିଆ କପ୍ : ଡୁଡୁକିଝରିଆକୁ ହରାଇ ପାଇକମାଲ ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଖେଳପଡିଆରେ ଚାଲିଥିବା ୧୨ତମ ଡୁଡୁକିଝରିଆ କପରେ ଶୁକ୍ରବାର ଡୁଡୁକିଝରିଆକୁ ହରାଇ ପାଇକମାଲ ଚମ୍ପିୟାନ ହୋଇଛି । ଡୁଡୁକିଝରିଆ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୭୧ ରନ୍‌ ସଂଗ୍ରହ କରିଥିଲା । ପାଇକମାଲ ଦଳ ୩ ୱିକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା । ଦୀପକ ସରାଫ ଓ ବିଶ୍ୱ ଦାଶ ଖେଳ ପରିଚାଳନା କରିଥିଲେ । ଆକାଶ ସାହୁ ଓ ଆଶୁତୋଷ ତ୍ରିପାଠୀ ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସମାଜସେବୀ ମହେନ୍ଦ୍ର ଖୁଣ୍ଟିଆ, ସ୍ୱତନ୍ତ୍ର ଅତିଥି ଭାବରେ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ ଓ ସମ୍ମାନିତ ଅତିଥି ଭାବରେ ଭୁପେନ୍ଦ୍ର ସାହୁ ଓ ମିନିକେତନ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଦଳ ପୁରସ୍କୃତ କରିଥିଲେ । କିର୍ତ୍ତନ ବରିହା, ସୋନୁ ନାଏକ, ବମନ୍ତ ସାହୁ, ତ୍ରିନାଥ ଭୋଇ, ସାର୍ଦୁଲ ବରିହା, ଅପୁ ସରାଫ, ଶୁକଦେବ ବରିହା, ବିଶ୍ୱ ଦାଶ, ରାମେଶ୍ୱର ତରିଆ, ଦେବେଶ କାଲୋ, ହିରନ ମାଝୀ, ନିତ୍ୟା ବିଶ୍ୱାଳ, ମଣ୍ଟୁ ଷଡ଼ଙ୍ଗୀ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ ।

Leave A Reply

Your email address will not be published.