csstore

ବଲାଙ୍ଗିର ଦିନ୍‌ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପି. ପି. ଏକାଡେମୀ ଠାରେ ବଲାଙ୍ଗିର ଦିନ୍‌ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧, ୧୯୪୯ ମସିହାରେ ବଲାଙ୍ଗିର ଜିଲ୍ଲା ନାମରେ ନାମିତ ହୋଇଥିଲା । ଏହି ଦିନକୁ ବଲାଙ୍ଗିର ଜିଲ୍ଲାର ସମସ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବି ସଂଗଠକ ସମସ୍ତେ ମିଶି ଧୁମଧାମରେ ପାଳନ କରିଆସୁଛନ୍ତି । ସେହିପରି ଏହି ବର୍ଷ ମଧ୍ୟ ଧୁମ୍‌ଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପ୍ରସ୍ତୁତି ବୈଠକରେ ଦିନେଶ ଶର୍ମା, ସରିତା ଦାସ, ଅଶୋକ ରାଉତ, ବିକି ପଟେଲ, ଶ୍ରୀକାନ୍ତ ବେହେରା, ରୁତୁରାଜ ପ୍ରଧାନ, ଚନ୍ଦ୍ର ମିଶ୍ର, ସୁନିଲ୍ ମିଶ୍ର, ସ୍ପନ୍ଦନ ପ୍ରଧାନ, ସତୁଆ ପଟେଲ, ବିବେକ କୁମ୍ଭାର, ପ୍ରଭୁଦତ୍ତ ସେଠି, ରେସବ କଲତା, ସୁବ୍ରତ ସାହୁ, ଦେବାଶିଷ ସାହୁ, ଅପ୍ରମିତ ପରିଚ୍ଛା, ମାନସ ଖୁଆସ, ସଖିଲା ବାନୋ, କୁମୁଦିନୀ ପ୍ରୃଷ୍ଟି, ମମତା ଜେନା, ନୁତନ ସେନ୍ଦ୍ରିଆ, ସଞ୍ଜଲି ଶତପଥୀ, ସନ୍ତୋଷିନୀ ମେହେର, ଅଭିଷେକ ଦାସ, ରାମଶଙ୍କର ଶତପଥୀ, ସୁମିତ ଭୋଇ, ମନିଷ ସାଏ, ସୁମନ ନନ୍ଦ, ଆଦର୍ଶ ପୁରୋହିତ, ଆରୟନ ପଟେଲ, ଦୀପକ ପଣ୍ଡା, ରାକେଶ ବେହେରା, ଲିକନ ସେଟ୍, ରବିନ୍ଦ୍ର ପ୍ରଧାନ, ଗୋବିନ୍ଦ ଶତପଥୀ, ପ୍ରତାପ ତ୍ରିପାଠୀ, କଳାକୃଷ୍ଣ ସାହୁ, ରବି ଖମାରୀ, ପ୍ରତାପ ରଥ, ସାଗରିକା ଗୁରୁ, କିଶୋର ରଥ, ବିନୋଦ କାଲସାଏ, ଜିତେନ୍ଦ୍ର ସ୍ୱାଇଁ, ଲୋଟସ ଷଡ଼ଙ୍ଗୀ, ସୋମନାଥ ମିଶ୍ର, ବିକାଶ ସା, ହରିଓମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.