ନୂଆପଡ଼ା ଉପନିର୍ବାଚନରେ ଘାସିରାମ ହେଲେ କଂଗ୍ରେସ ପ୍ରାର୍ଥୀ, ଜୟ ଢୋଲକିଆ ହେବେ ବିଜେଡି ପ୍ରାର୍ଥୀ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଉପନିର୍ବାଚନରେ ଘାସିରାମ ହେଲେ କଂଗ୍ରେସ ପ୍ରାର୍ଥୀ, ଜୟ ଢୋଲକିଆ ହେବେ ବିଜେଡି ପ୍ରାର୍ଥୀ । ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନଭେମ୍ବର ୧୧ ତାରିଖ ଦିନ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ତେବେ ଏହି ଉପନିର୍ବାଚନ ସମ୍‌ମ୍ମାନର ଲଢେ଼ଇ ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଥିବା ବେଳେ ବିଜେପି, ବିଜେଡି ଓ କଂଗ୍ରେସ ଶିବିର ଖୁବ୍‌ ଚଳଚଞ୍ଚଳ ହୋଇଯାଇଛି । ପ୍ରଥମେ କଂଗ୍ରେସ ଦଳ ଉପନିର୍ବାଚନ ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ପକ୍ଷରୁ ସ୍ବର୍ଗତ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

Leave A Reply

Your email address will not be published.