ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ସନ୍ନିକଟ ଶାନ୍ତିନଗରରେ ଗଜଲକ୍ଷ୍ମୀ ପୂଜା ପାର୍ବଣ ଉତ୍ସବ ମୁଖର ହୋଇଉଠିଛି । ଏହି ଅଞ୍ଚଳରେ ୫ଦିନ ଧରି ସମାହିତ ହେଉଥିବା ମା’ ଧନଦାତ୍ରୀ ଗଜଲକ୍ଷ୍ମୀ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଉଥିବା ବେଳେ ଦୈନିକ ସନ୍ଧ୍ୟାରେ ଦେବୀଙ୍କ ମହା ଆଳତୀ ବନ୍ଦାପନା ବେଳେ ବହୁ ଲୋକଙ୍କ ସମାଗମ ହୋଇଥାଏ । ଦେବୀଙ୍କ ଆରତୀ ଦର୍ଶନ, ହୋମ, ଯାଗଯଜ୍ଞ, ବେଦପାଠ, ଷୋଡ଼ଶ ଉପଚାରରେ ଦେବୀଙ୍କୁ ପୂଜା ଆରାଧନା ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଆଦି ସମାହିତ ହୋଇଆସୁଛି । ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ରରେ ସ୍ଥାନଟି ପ୍ରକମ୍ପିତ ଉଠିଛି । ସନ୍ଧ୍ୟା ସମୟରେ ଆରତୀ ବନ୍ଦାପନା, ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଥିବା ବେଳେ ବହୁ ସଂଖ୍ୟାରେ ମହିଳାମାନଙ୍କ ଗହଳ ଚହଳ, ଶଙ୍ଖ, ହୁଳହୁଳି ଧ୍ୱନିରେ ମୁଖରୀତ ହୋଇଥାଏ । ବାସ୍ତବିକ୍ ପାର୍ବଣ ସମ୍ଭାର ଏହି ଅଞ୍ଚଳକୁ ଆଧ୍ୟାତ୍ମ୍ୟକ ଭାବନାରେ ଜନତାଙ୍କୁ ଜାଗୃତି କରିଛି ।