ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୋଲିସ ଏସ.ଆଇ ପରୀକ୍ଷା ଜାଲିଆତିକୁ ନେଇ ବାଲେଶ୍ୱରରୁ ଆଉ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଯୁବକ ଜଣକ ରଣସାହି ପଞ୍ଚାୟତର ଚନ୍ଦନ ମଲ୍ଲିକ ବୋଲି ଜଣାଯାଇଛି । ତେବେ ଅଭିଯୁକ୍ତଙ୍କୁ ଗିରଫ କରିଛି, କ୍ରାଇମବ୍ରାଞ୍ଚ । ଚନ୍ଦନ ଜଣେ ସମାଜସେବୀ ଭାବରେ ନିଜକୁ ପରିଚୟ ଦେଇ ଆସୁଥିଲେ । ବିଭିନ୍ନ ସଭା ସମିତି କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ । ଗତକାଲି ବିଳମ୍ବିତ ରାତ୍ରିରେ ସେ ଗିରଫ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ବ୍ରହ୍ମପୁର ଜେଏମ୍ଏଫ୍ସି ଗ୍ରାମାଞ୍ଚଳ କୋର୍ଟରେ ଅଭିଯୁକ୍ତକୁ ଆଣି ହାଜର କରାଯିବ ବୋଲି କୁହାଯାଉଛି ।