ବ୍ୟବସାୟୀ ଶିବଦୟାଲ ଜୈନଙ୍କୁ ବୋଲେରୋ ଧକ୍କା ମାରି ହତ୍ୟା ଉଦ୍ୟମ ଘଟଣାରେ ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟଲାଗଡ ପୋଲିସ

ଟିଟଲାଗଡ, (ସଞ୍ଜୟ କୁମାର ନାୟକ) : ୨୮ ତାରିଖ ରାତି ୯ ଟା ୫୯ ମିନିଟ ସମୟରେ ସନ୍‌ଭ୍ୟୁ ହୋଟେଲରୁ ଶିବଦୟାଲ ଜୈନ ନିଜର ସ୍କୁଟି ଯୋଗ ଘରକୁ ଫେରୁଥିବା ସମୟରେ ଘର ପାଖ ବୁଲାଣିରେ ଗୋଟିଏ ଅଜଣା ବୋଲେରୋ ଧକ୍କା ଦେଇ ଫେରାର୍‌ ମାରିଥିଲା । ତେବେ ଘଟଣା କ’ଣ ବୋଲି ପ୍ରଥମେ ଆଚମ୍ବିତ ହୋଇ ଯାଇଥିଲେ ଶିବଦୟାଲ । ଘଟଣା ଘଟିବା ଉତାରୁ ଆଖପାଖର ସିସି ଟିଭି ଯାଞ୍ଚ କରାଯିବା ପରେ ଫୁଟେଜ୍‌ ମିଳିଥିଲା । ଘଟଣାର ୧୦ ଦିନ ପରେ ଏହି ମାମଲାରେ ପୋଲିସ ଟିଟିଲାଗଡ଼ର ଅଙ୍କୁର ଅଗ୍ରୱାଲଙ୍କୁ ଉଠାଇ ନେଇ କୋର୍ଟ ଚାଲାଣ କରିଛି । ତେବେ କେଉଁ କାରଣରୁ କିଏ ଏଭଳି ଘଟଣା ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା, ପୋଲିସ ତଦନ୍ତରୁ ତାହା ସ୍ପଷ୍ଟ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏ ବିଷୟରେ ଶିବଦୟାଲ ଜୈନଙ୍କୁ ପଚାରିବାରୁ ମୁଁ କିଛି ଜାଣି ନାହିଁ ବୋଲି କହିଥିବା ବେଳେ ସେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ଘଟଣା ପ୍ରଚାରିତ ହେବାପରେ ଟିଟିଲାଗଡ଼ର ବ୍ୟବସାୟୀମାନେ ଏବେ ଚିନ୍ତାରେ । ତେବେ କିଛି ଦିନ ତଳେ ହାଟପଦା ପଡ଼ାର ମଙ୍ଗଳୁ ଅଗ୍ରୱାଲଙ୍କ ଘରେ ଡକାୟତି ହୋଇଥିବା ବେଳେ ଆଜି ଯାଏଁ ଡକାୟତିରେ ଚୋରି ହୋଇଥିବା ଟଙ୍କା, ସୁନା କି ଡକାୟତ ଦଳ ଧରା ପଡ଼ି ନାହାନ୍ତି । ଏତିକି ବେଳେ ପୁଣି ଜଣେ ବ୍ୟବସାୟୀ ଶିବଦୟାଲଙ୍କୁ ଗାଡ଼ି ଧକ୍କା ମାରିବା ଉଦ୍ୟମ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଟିଟିଲାଗଡ଼ ବଣିକ ସଂଘର ସଭାପତି ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଯିଏ ବି ଘଟଣା ଭିଆଇଛି ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ସହରରେ ବେପାରୀଙ୍କୁ ସୁରକ୍ଷା ଦେବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଆଜି ଟିଟିଲାଗଡ଼ ପୋଲିସ ଏହି ମାମଲାରେ ଟିଟିଲାଗଡ଼ର ଠିକାଦାର ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାକୁ ନେଇ ସାରା ସହରରେ ଘମାଘୋଟ ଆଲୋଚନା ଜୋର୍‌ ଧରିଛି ।

Leave A Reply

Your email address will not be published.