oom

ଉପଖଣ୍ଡିୟ ସ୍ତରୀୟ ଯୁବ ସାମ୍ବାଦିକମାନଙ୍କ ବୈଠକ ଅନୁଷ୍ଠିତ

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠି) : ଆଜି ଖପ୍ରାଖୋଲ ବ୍ଲକ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ପାଟଣାଗଡ଼ ଉପଖଣ୍ଡିୟ ସ୍ତରୀୟ ଯୁବ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସାମ୍ବାଦିକମାନଙ୍କର ସୁରକ୍ଷା ଓ ଭବିଷ୍ୟତ କାର୍ୟ୍ୟପନ୍ଥାକୁ ନେଇ ସଭାରେ ଆଲୋଚନା ହୋଇଥିଲା । ଏହି ସଭାରେ ଏକ ନୂତନ ସାମ୍ବାଦିକ ସଙ୍ଘ ମଧ୍ୟ ଗଠନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ସଙ୍ଘର ନାମ ଆଦର୍ଶ ସାମ୍ବାଦିକ ସଙ୍ଘ ନାମରେ ନାମିତ କରାଯାଇଥିଲା । ଏହି ବୈଠକରେ ସଭାପତିଭାବେ ଭଂଜଦୂତ ଖବର କାଗଜର ହେଡ଼ ବ୍ୟୁରୋ କ୍ରିଷ୍ଣା ସେଠି, ଉପସଭାପତି ସ୍ରିଷ୍ଟି ନିୟୁଜର ଆଞ୍ଚଳିକ ବ୍ୟୁରୋ ବେଦବର ଛତ୍ରିଆ, ସମ୍ପାଦକ ଦର୍ଶନ ଖବର କାଗଜର ଉପଖଣ୍ଡ ପ୍ରତିନିଧି ପୂର୍ଣ୍ଣ ଶଶୀ ଶେଖର ରାଓ, ଉପସମ୍ପାଦକ ଓଡିଶା ହାଲଚାଲର ବେଲପଡା ବ୍ଲକ ପ୍ରତିନିଧି ଭଗରଥୀ ବେହେରା ଏବଂ କୋଷାଧକ୍ଷ ଭାବେ ଭଞ୍ଜଦୂତ ଖବର କାଗଜର ଖପ୍ରାଖୋଲ ବ୍ଲକ ପ୍ରତିନିଧି ବିକାଶ ଦାସଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଏଥିରେ ସଭା ପରିଚାଳନା କରିଥିଲେ ବିକାଶ ଦାସ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭାସାଙ୍ଗ କରିଥିଲେ ଡୁଲାମଣି ପୁଟେଲ ।

jittmm
Leave A Reply

Your email address will not be published.