ପୋଲିଓ ଦିବସରେ ଦୁଇ ବୁନ୍ଦା ଜୀବନ ପାଇଁ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଭାରତରେ ୩୧ ଜାନୁଆରୀକୁ ପୋଲିଓ ଦିବସ ଭାବରେ ପାଳନ କରି ପୋଲିଓ ବୁନ୍ଦା ବିତରଣ କରାଯାଉଛି । ଭାରତ ପୋଲିଓ ମୁକ୍ତ ଅଟେ । କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ଦେଶରେ ପୋଲିଓ ଏବେ ବି ରହିଛି ଏବଂ ଏହା ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଭାରତ ପୋଲିଓ ମୁକ୍ତ ହେବା ସ‌ତ୍ୱେ ପ୍ରତି ବର୍ଷ ଦୁଇଥର ପୋଲିଓ ବୁନ୍ଦା ପାଞ୍ଚ ବର୍ଷରୁ କମ ଶିଶୁକୁ ବାଧ୍ୟତାମୂଳକ ଭାବେ ଦିଆଯାଉଛି । ଏହା ସହ ଶିଶୁର ଜନ୍ମ ସମୟରେ ପୋଲିଓ ଟୀକା ଦିଆଯିବ ପରେ ପୋଲିଓ ବୁନ୍ଦା ଅନେକ ଥର ଦିଆଯାଇଥାଏ । ସରକାରଙ୍କ ତରଫରୁ ସମସ୍ତ ଦେଶବାସୀଙ୍କୁ ନିଜ ନିଜ ଶିଶୁ ପୂର୍ବରୁ ଯେତେ ଥର ଖାଇଥିଲେ ମଧ୍ୟ ବର୍ତ୍ତମାନ ମଧ୍ୟ ଖୁଆଇବା ପାଇ ଆୱାନ କରାଯାଉଛି । ଆଜି ୩୧ ଜାନୁଆରୀ ପୋଲିଓ ଦିବସରେ ଦେଶର ସମସ୍ତ ଗାଁ ଓ ସହରରେ ପୋଲିଓ ବୁନ୍ଦା ବିତରଣ କରାଯାଉଛି । ଟିଟିଲାଗଡର ବିଭିନ୍ନ ବିଦ୍ୟାଳୟରେ ପୋଲିଓ ବୁନ୍ଦା ବିତରଣ କରାଯାଉଛି । ଏଥିରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ସହାୟତା କରିଛନ୍ତି ।

Leave A Reply

Your email address will not be published.