ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ନବରାତ୍ର ଆୟୋଜିତ ହୋଇଯାଇଛି । ୨୧ ତାରିଖ ସୋମବାର ଦିନ ପ୍ରତିପଦା ନବଦିନାତ୍ମକ ପୂଜା ଆରମ୍ଭ ହୋଇ କଳସ ସ୍ଥାପନ ଓ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଓ ନବରାତ୍ରୀରେ ଅଖଣ୍ଡ ଦୀପ ପ୍ରଜ୍ୱଳନ ହୋଇଥିଲା । ମଙ୍ଗଳବାର ଦିନ ବ୍ରହ୍ମଚାରିଣ ଓ ଚଣ୍ଡିହୋମ ଓ ମହାଆଳତି ଆୟୋଜିତ ହୋଇଥିବା ବେଳେ ବୁଧବାର ଦିନ ଚନ୍ଦ୍ରଘଣ୍ଟା ଓ ଚଣ୍ଡିହୋମ ହୋଇଥିଲା । ମହାଦୀପ ଓ ଭକ୍ତମାନଙ୍କ ଦୀପ ପ୍ରଜ୍ୱଳନ ହୋଇଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ ମହା ଆଳତି ଓ ଚଣ୍ଡିପାଠ ସହ ଆୟୋଜିତ ହୋଇଛି । ମନ୍ଦିରର ମୁଖ୍ୟପୂଜକ ମଳୟ ଦିଶ୍ରୀ ପୂଜା ଦାୟିତ୍ୱ ତୁଳାଇଥିବା ବେଳେ ପଣ୍ଡିତ ଫକିର ଶତପଥି ଚଣ୍ଡିପାଠ ଆୟୋଜନ କରୁଛନ୍ତି । ଗତ ଗୁରୁବାର ଦିନ କୁଷ୍ମାଣ୍ଡା ଏବଂ ଶୁକ୍ରବାର ପଂଚମୀ ଦିନ ସ୍କନ୍ଦମାତା, ଶନିବାର ଦିନ ଷଷ୍ଠୀ କାତ୍ୟାୟିନୀ, ରବିବାର ଦିନ ମହାସପ୍ତମୀ କାଳରାତ୍ରି ବେଶ, ସୋମବାର ଦିନ ମହାଅଷ୍ଟମୀ ମହାଗୌରୀ ବେଶ, ମଙ୍ଗଳବାର ଦିନ ମହାନବମୀ ସିଦ୍ଧିଦାତ୍ରୀ ଓ ମା’ ପାଟଣେଶ୍ୱରୀଙ୍କ ସନ୍ଧିପୂଜା ଏବଂ ବୁଧବାର ଦିନ ମା’ଙ୍କ ବିଶ୍ରାମ ଓ ଗତ ୨ ତାରିଖ ଦଶହରା ଓ ଅପରାଜିତା ପୂଜା ଓ ପୂଣ୍ଣାହୁତି ହେବ ବୋଲି ଆୟୋଜନ କମିଟି ସୂଚନା ଦେଇଛନ୍ତି ।