ଥାନାରୁ ଅଟକ ଅଭିଯୁକ୍ତ ଫେରାର

ବଲାଙ୍‌ଙ୍ଗିର, (କେପିଏନ୍‌ଏସ୍‌) : ଥାନାରୁ ଅଟକ ଅଭିଯୁକ୍ତ ଫେରାର । ଶୌଚାଳୟ ବାହାନାରେ ମାରିଲେ ଚମ୍ପଟ । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନାରେ ଘଟିଛି ଏଭଳି ଘଟଣା । ଚୋରି ଘଟଣାରେ ଥିଲେ ଥାନାରେ । ଫେରାର ଅଭିଯୁକ୍ତକୁ କାବୁ କରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି । ପୋଲିସର ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଫେରାର ଅଭିଯୁକ୍ତ ହେଲା ପୁଇଁନ୍ତଲା ଥାନା କୁଲୁଥିପାଲି ଗାଁର ମଣ୍ଟୁ ଦଲେଇ । ମଣ୍ଟୁଙ୍କ ନାଁରେ ବିଭିନ୍ନ ଥାନାରେ ପୁଇଁତଲା ଥାନା ସମେତ ୭ରୁ ଅଧିକ ମାମଲା ରହିଛି । କୁଖ୍ୟାତ ଚୋର ଓ କଫ୍ ସିରପ୍ ମଫିଆ ହେଉଛି ମଣ୍ଟୁ । ପୋଲିସର ଦୁଇଟି ଟିମ୍‌ ମଣ୍ଟୁକୁ ଖୋଜୁଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ପୋଲିସ ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ କାଗଜପତ୍ର କାମ ସାରିଥିଲା । ମଙ୍ଗଳବାର ରାତିରେ ଶୌଚାଳୟ ଯିବାକୁ କହି ଯାଇଥିଲେ । ଥାନାଟି ପୁରୁଣା ବିଲ୍ଡିଂରେ ଥିବା ସହ ଭଙ୍ଗା ଦଦରା ହୋଇରହିଥିଲା । ସେହି ଭଙ୍ଗା ଶୌଚାଳୟ ଗେଟ୍ ଦେଇ ଥାନା ବାଡା ଡେଇଁ ଫେରାର ମାରିଥିବା ସୂଚନା ମିଳିଛି । ତେବେ ନୂଆ ଥାନା ଥାଇ କାହିଁକି ସେଠାକୁ ନ ନେଇ ଏଠାରେ ରଖିଥି ।। ଏଭଳି ଭଙ୍ଗା ଥାନା ପାଇଁ ଜଣେ ଗିରଫ ଅଭିଯୁକ୍ତ ଫେରାର ହୋଇଯାଇଛି । ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.