ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ୧୦୯ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଚିନ୍ମୟ ମିଶନର ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାମୀ ଚିଦାନନ୍ଦଙ୍କ ଜୀବନାଦର୍ଶ ଓ ତାଙ୍କ ବାର୍ତ୍ତା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ମାନବ ଜୀବନର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରି କହିଲେ ଯେ ସମସ୍ତଙ୍କ ଲକ୍ଷ୍ୟ ଭିନ୍ନ ପ୍ରକାରର । ଜୀବନକୁ ନୀରିକ୍ଷଣ କଲେ ଅନେକ ଲକ୍ଷ୍ୟ ରହିଛି । ତେବେ ସେଥିରୁ କିଛି ପୂରଣ ହୁଏ କିଛି ଅପୂର୍ଣ୍ଣ ରହେ । ସମ୍ପ୍ରତି ଧନ ଉପାର୍ଜ୍ଜନ ମୁଖ୍ୟ ଲକ୍ଷ୍ୟ ବୋଲି ଦେଖାଯାଉଛି । ଆଂଶିକାଳୀନ ଲକ୍ଷ୍ୟର ମୂଳକଥା ହେଲା ସୁଖ ପ୍ରାପ୍ତି ଓ ଦୁଃଖ ନିବୃତ୍ତି । ମଣିଷ ବି ସର୍ବୋଚ୍ଚ ସୁଖ ପାଇଁ ମଣିଷ ପ୍ରୟାସ କରୁଛି । ତେବେ ଭଗବତ ଚିନ୍ତନରେ, କର୍ମରେ ଅଧିକ ସୁଖ ଓ ଶାନ୍ତି ମିଳିଥାଏ । ପ୍ରାରମ୍ଭରେ ପ୍ରକାଶ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବ, ରାଜେନ୍ଦ୍ର ନାରାୟଣ ହୋତା, ବିଜୟାନନ୍ଦ ଅଗ୍ରୱାଲ ପ୍ରମୁଖ ସ୍ୱାମୀ ଚିଦାନନ୍ଦଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଗୁରୁ ପାଦପୂଜା, ଭଜନ କୀର୍ତ୍ତନ ଓ ପ୍ରସାଦ ସେବନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସଞ୍ଜୀବ କୁମାର ପ୍ରଧାନ, କବିବର ସାହୁ, ବାଳକୃଷ୍ଣ ମହାରଣା, କାର୍ତ୍ତିକ ଚନ୍ଦ୍ର ବରାଳ, ସର୍ବେଶ୍ଵର ମାନସିଂହ, ସୁରେନ୍ଦ୍ର ନାଥ ବେହେରା, ବ୍ରଜକିଶୋର ପାଣି, ନିରଦ ଚନ୍ଦ୍ର ମହନ୍ତ, ଜ୍ୟୋତି ମହାନ୍ତି, ଲକ୍ଷ୍ମୀପ୍ରିୟା ପଟ୍ଟନାୟକ, ସୋନା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କବିବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।
Prev Post