ଟିଟିଲାଗଡ଼ରେ ଅଗ୍ରସେନ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଅଗ୍ରୱାଲ ସଭା ତରଫରୁ ସେପ୍ଟେମ୍ବର ୨୨ ଅର୍ଥାତ ସୋମବାର ଦିନ ସନ୍ଧ୍ୟାରେ ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ପାଳନ ଅବସରରେ ମହାବୀର ପଞ୍ଚାୟତି ଧର୍ମଶାଳା ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି ଥରେ ମହାବୀର ପଞ୍ଚାୟତି ଧର୍ମଶାଳାରେ ପହଞ୍ଚିଥିଲା । ସଭାପତି ପ୍ରକାଶ ଗୋଏଲଙ୍କ ଅଧ୍ୟକ୍ଷତାରେ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ବାହାରି ଏଥିରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାର ବିଶେଷ ଆକର୍ଷଣ ଥିଲା ଭାରତୀୟ ସେନାର ପରାକ୍ରମ ଓପରେସନ ସିନ୍ଦୂର ଓ ସହରକୁ ସଫା ସୁତୁରା ରଖିବାକୁ ଗ୍ରୀନ ସିଟି କ୍ଲିନ୍ ସିଟିର ସଚେତନତା ବାର୍ତ୍ତା । ତା’ ସହ ଆତସ ବାଜି ସାଙ୍ଗକୁ ଘଣ୍ଟପାର୍ଟି, ପାରମ୍ପରିକ ନୃତ୍ୟ, ଭିଲାଇରୁ ଆସିଥିବା ବ୍ୟାଣ୍ଡ ପାର୍ଟିରେ ନାଚି ନାଚି ଯାଉଥିଲେ ଅଗ୍ରୱାଲ ସଭାର କାର୍ଯ୍ୟକର୍ତ୍ତା । ମହିଳାମାନେ ମଧ୍ୟ ବହୁମାତ୍ରାରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ଡିଏନ୍‌ ରିସର୍ଟ ଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ସୋନପୁର ଜିଲ୍ଲାପାଳ ନୃପରାଜ୍ ସାହୁ, ମୁଖ୍ୟବକ୍ତା ଅଖିଳ ଭାରତୀୟ ମାରୱାଡ଼ି ସମ୍ମେଳନର କୋଲକାତାର ସଞ୍ଜୟ ହରଲାଲକା ଉପସ୍ଥିତ ହୋଇ ଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ସେପ୍ଟେମ୍ବର ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହୋଇଥିବା ଶିଶୁଙ୍କ ଠାରୁ ଆରମ୍ଭ କରି ଦମ୍ପତି ମାନଙ୍କ ଭିତରେ ୩୦ ପ୍ରକାର ରୋଚକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଅଗ୍ରୱାଲ ମହାସଭାର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଗୋଏଲ, ସଚିବ ସଞ୍ଜୟ ବଂଶଲ, ସହ ସଚିବ ନୀତେଶ ଜୈନ, କୋଷାଧ୍ୟକ୍ଷ ରାଜୀବ ଜୈନ, ଉପାଧ୍ୟକ୍ଷ ନନ୍ଦ କିଶୋର ଗୁପ୍ତା, ବିଶେଷ ଉପଦେଷ୍ଟା ରାଜେଶ ଅଗ୍ରୱାଲ, ଆକାଶ ଗୋଏଲ, ସଂସ୍କାର ଅଗ୍ରୱାଲ, ପ୍ରକାଶ ଅଗ୍ରୱାଲ, ପଙ୍କଜ ବିର୍ମୀବାଲ, ଖେଳ ପ୍ରଭାରୀ ଆଶିଷ ଅଗ୍ରୱାଲ, ଆଦିତ୍ୟ ଗୋଏଲ, ବିଜୟ ଜୈନ ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଦୀପକ ଗୋଏଲ ଓ ହର୍ଷ ଗୁପ୍ତା । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଶମ୍ଭୁ ପ୍ରସାଦ ଗୋଏଲ, ଈଶ୍ୱର ଜୈନ, ଡ ଘନଶ୍ୟାମ ଜୈନଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.