ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଓଏଲ୍ଏମ୍ କାର୍ଯ୍ୟାଳୟରେ ତାଲା ପକାଇ ମିଶନ ଶକ୍ତି କର୍ମୀ ସଂଘର କର୍ମକର୍ତ୍ତାଗଣ ଗଣଧାରଣା ଦେଇଛନ୍ତି । ଅଭିଯୋଗ ଅନୁସାରେ ସେମାନଙ୍କ ବକେୟା ପାରିଶ୍ରମିକ ପାଇବା ସକାଶେ ବିଡିଓ, ଜିଲ୍ଲାପାଳ, ମିଶନଶକ୍ତି ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀଙ୍କୁ ଲିଖିତ ଅଭିେଯାଗ କରିଥିଲେ । ହେଲେ ତାର କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଗଣଧାରଣାରେ ବସିଥିବା ପ୍ରକାଶ କରିଛନ୍ତି । ଏହାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ବିଷୟକୁ ନେଇ ଏକ ଦାବୀପତ୍ର ଆଗଲପୁର ବିଡିଓ ମହାପାତ୍ର କୁଳଦୀପ ମହାନ୍ତିଙ୍କୁ ପ୍ରଦାନ କରିଥିବା ସୂଚନାରୁ ପ୍ରକାଶ । ଧାରଣାରେ ସଂଘର ସଭାପତି ବିନୁ ସାହୁ, ସଂପାଦିକା ଦ୍ରୌପଦୀ ସାହୁ, ଅନ୍ନପୂର୍ଣ୍ଣା ବିଶ୍ୱାଳ, ନୀଳିମା ସାହୁ, ମନିକା ମଞ୍ଜରୀ ସେଠ, ଭାଗ୍ୟବତୀ ବାରିକ, ମଧୁମିତା ଡାଙ୍ଗ, ମଞ୍ଜୁସୁତା ସାହୁ, ଜ୍ୟ୍ୟୋସ୍ନାରାଣୀ ପଟେଲ ପ୍ରମୁଖ ସାମିଲ ଥିଲେ ।