ଆଗଲପୁର, (ସୁଶିଳ କୁମାର ମିଶ୍ର) : ଗିରିଧାରୀ ମହାବିଦ୍ୟାଳୟ ଠାରେ ସ୍ୱର୍ଗତ ତରଣୀସେନ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଚେସ୍-୨୦୨୫ ପ୍ରତିଯୋଗିତା ପାଇଁ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାଟି ବରଗଡ ଓ ବଲାଙ୍ଗିର ଚେସ ସଂଘର ମିଳିତ ଉଦ୍ୟମରେ ଭରସୂଜା ନିକଟସ୍ଥ ଗିରିଧାରୀ ମହାବିଦ୍ୟାଳୟ, ସରଧାପାଲିି, କରିମୁଣ୍ଡା ଠାରେ ଆୟୋଜିତ ହେବାକୁ ଯାଉଥିବା କମିଟି ସୂତ୍ରରୁ ପ୍ରକାଶ । ଆଗାମୀ ମାସ ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ପ୍ରତିଯୋଗିତା ଆୟୋଜିତ ହେବ । ଉକ୍ତ ସାମ୍ବାଦିକ ସମ୍ବିଳନୀରେ ମୁଖ୍ୟ ଅତିଥି ଭାବେ ଗିରିଧାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଉଚ୍ଚାଟ ନନ୍ଦ ମହାକୁର, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବରଗଡ ଜିଲ୍ଲା ଚେସ ସଂଘର ସଂପାଦକ କେଶବ ରଂଜନ ପଧାନ, ଗିରି ଧାରୀମହାବିଦ୍ୟାଳୟର ଅଧ୍ୟାପକ ର ମଣି ରଂଜନ ପଧାନ, ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ଖେଳାଳି ବିେଘ୍ନଶ୍ୱର ଯୋଶୀ ପ୍ରମୁଖ ମଂଚାସିନ ଥିଲେ । ଭରସୂଜା ଚେସ ସଂଘର ସଦସ୍ୟ ଭଜମନ ସାହୁ ପରିଚାଳନା କରିଥିବା ବଳେ ସ୍ୱର୍ଗତ ତରଣୀସେନ ସାହୁଙ୍କ ପୁତ୍ର ଜଗା ସାହୁ ଟୁର୍ଣ୍ଣାମେଣ୍ଟର ଆୟୋଜକ ଥିବା ସାମ୍ବାଦିକ ସମ୍ବିଳନୀରେ ପ୍ରକାଶ। ପ୍ରତିଯୋଗିତାରେ ଶ୍ରେଷ୍ଠ ଖେଳାଳୀମାନଙ୍କୁ ନଗଦ ୫୦ହଜାର ଟଙ୍କା ଅର୍ଥ ରାଶି ସହ ପୁରସ୍କାର ପ୍ରଦାନ କରାଯିବ ବୋଲି କମିଟି ସୂତ୍ରରୁ ପ୍ରକାଶ । ପ୍ରତିଯୋଗିତାରେ ରାଜ୍ୟ ତଥା ରଜ୍ୟ ବାହାରୁ ଖେଳାଳିମାନେ ଯୋଗଦେବାର ସମ୍ଭାବନା ଅଛି ବୋଲି ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ଚେସ କମିଟିର ସଦସ୍ୟ ବିନୟ କୁମାର ସାହୁ, ଆଶିଷ କୁମାର ଭୋଇ, ବିରଞ୍ଞ୍ଚି ସାହୁ, ଗୋବିନ୍ଦ ସାହୁ, ରିଙ୍କୁ କୁଦେଇ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ । ପରିଶେଷରେ ଭଜମନ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଂଗ ଘୋଷଣା କରିଥିଲେ ।
Next Post