ପି.ଆର ହାଇସ୍କୁଲ ବଲାଙ୍ଗିରରେ ଭାରଉତ୍ତୋଳନ ସ୍କୁଲ ଟ୍ରାଏଲ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୫ ଏବଂ ୨୬ ତାରିଖ ଦୁଇ ଦିନ ବ୍ୟାପି ବ୍ରହ୍ମପୁରରେ ରାଜ୍ୟ ସ୍କୁଲ ସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ବଲାଙ୍ଗିର ଜିଲ୍ଲା ସ୍କୁଲ ସଂଘ ତରଫରୁ ଆଜି ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ଥିବା ପିଏମ୍‌ ଶ୍ରୀ ହଲ ଠାରେ ଭାରଉତ୍ତୋଳନ ସ୍କୁଲ ଟ୍ରାଏଲ (ଚୟନ) ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୭ ଜଣ ବାଳକ ଓ ୬ ଜଣ ବାଳିକା ଚୟନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଥି ମଧ୍ୟରୁ ଦୁଇ ଜଣ ବାଳିକା ଓ ୬ ବାଳକ ବ୍ରହ୍ମପୁରରେ ହେବାକୁ ଥିବା ଭାରଉତ୍ତୋଳନ ପ୍ରତିଯୋଗିତାରେ ଭାଗ ନେବାକୁ ଉତୀର୍ଣ୍ଣ ହୋଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଜିଲ୍ଲା ଭାରଉତ୍ତୋଳନ ସଂଘ ବଲାଙ୍ଗିରର ସମସ୍ତ କର୍ମକର୍ତ୍ତା ମୁଖ୍ୟ ଅତିଥି ଭାବରେ ପି.ଆର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ଯୋଗ ଦେଇ ଟ୍ରାୟଲ କ୍ୟାମ୍ପକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍କୁଲରୁ ବାଳକ ଏବଂ ବାଳିକାମାନେ ନିଜ ନିଜ ସ୍କୁଲର ଖେଳ ଶିକ୍ଷକମାନଙ୍କ ତତ୍ୱାବଧାନରେ ଆସି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅଫିସିଆଲ ଭାବରେ ରାଜ୍ୟ ଭାରଉତ୍ତୋଳନ ସଂଘର କାର୍ଯ୍ୟକାରୀ ସଦସ୍ୟ ତଥା ମାନ୍ୟତାପ୍ରାପ୍ତ ରେଫରୀ, ଜିଲ୍ଲା ଭାରଉତ୍ତୋଳନ କୋଚ ବିନୟ ପାଣ୍ଡେ ଯୋଗ ଦେଇଥିଲେ । ଜିଲ୍ଲା ଭାରୋତ୍ତଳନ ସଭାପତି ଓ ରାଜ୍ୟ ଭାରୋତ୍ତଳନ ସଂଘ ମାନ୍ୟତା ପ୍ରାପ୍ତ ରେଫରୀ ସୁଦାମ ବେହେରା, ଜିଲ୍ଲା ଉପସଭାପତି ଗୋପାଳ ସୁନା କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଖେଳ ଶିକ୍ଷକ ପି.ଆର ହାଇସ୍କୁଲ ହେମନ୍ତ ପଧାନ, ସୌରଭ ପ୍ରଧାନ, ପିଇଆଇ ଆଶୁତୋଷ ହୋତା ପିପି ଏକାଡେମୀ, ପିଇଟି ସସ୍ମିତାରାଣୀ ମିଶ୍ରଙ୍କ ସହ ଅନ୍ତ ବେହେରା, ରଂଜିତା ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.