ଚୋର ସହ ଚୋରି ମୋବଇଲ ଧରି ଲୋକଙ୍କୁ ଫେରସ୍ତ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର : ବଲାଙ୍ଗିର ଟାଉନ ପୋଲିସର ପକ୍ଷରୁ ସୋମବାର ସନ୍ଧ୍ୟାରେ ମୋବାଇଲ ଫୋନ୍ ଫେରସ୍ତ ମେଳା ଅନୁଷ୍ଠିତ ହୋଇଥିବା ନେଇ ସୂଚନା ରହିଛି । ସହର ଭିତରୁ ବିଭିନ୍ନ ସମୟରେ ଏବଂ ସହରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ପ୍ରାୟ ୩୧ଟି ମୋବାଇଲ ଫୋନକୁ ବଲାଙ୍ଗିର ଟାଉନ ପୋଲିସ ଟିମ୍ ଉଦ୍ଧାର କରି ଲୋକଙ୍କୁ ଫେରସ୍ତ କରିଥିବା ଜଣାପଡ଼ିଛି । ଏହାକୁ ନେଇ ବଲାଙ୍ଗିର ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଅନୁଷ୍ଠିତ କରାଯାଇଥିଲା । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଡିସନାଲ ଏସ୍‌ପି ହିମାଂଶୁ ଭୂଷଣ ବେହେରା ଯୋଗ ଦେଇ ଚୋରି ମୋବାଇଲ ଫୋନ ଉଦ୍ଧାର ସମ୍ପର୍କରେ ବିଶେଷ ସୂଚନା ଦେଇଛନ୍ତି । ଆଡିସନାଲ ଏସ୍‌ପି ଶ୍ରୀ ବେହରାଙ୍କ ସୂଚନା ଅନୁସାରେ ଟାଉନ ଥାନା ଆଇଆଇସି ଅବନୀ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରି ମୋବାଇଲ ସହ ହଜିଯାଇଥିବା ୧୮ଟି ମୋବାଇଲ ଫୋନ ମୋବାଇଲ ଉଦ୍ଧାର କରିଥିବା ବେଳେ ପ୍ରିନ୍ସ ମୋବାଇଲ ଦୋକାନରୁ ଚୋରି ହୋଇଥିବା ୧୩ଟି ମୋବାଇଲ ଫୋନ୍‌କୁ ମଧ୍ୟ ପୋଲିସ ଚୋର ମାନଙ୍କ ଠାରୁ ଜବତ କରିଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ବାସୁଦେବ ନାଥ ଓ ବଲାଙ୍ଗୀର ସଦର ଥାନା ଢ଼ୁଲୁସର ଗାଁର ପ୍ରତାପ ଦେହେରୀ (୧୯)ଙ୍କୁ ପୋଲିସ ଗିରଫ କରି କରିଛି । ଅନ୍ୟ ଜଣେ ନା ନାବାଳକଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ସୂଚନା ରହିଛି । ଯେତେ ସବୁ ଜବତ ଉଦ୍ଧାର ମୋବଇଲକୁ ପୋଲି ନିର୍ଦ୍ଦିଷ୍ଟ ଲୋକଙ୍କୁ ଫେରସ୍ତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଆଡିସନାଲ ଏସ୍‌ପି ସ୍ପଷ୍ଟ କରିଛନ୍ତି । ଘଟଣାକୁ ନେଇ ଲୋକେ ଟାଉନ ପୋଲିସକୁ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଛନ୍ତି ଓ ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.