ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ସ୍ଥାନୀୟ ବଜାର ଓ ସରକାରୀ କାର୍ଯ୍ୟାଳୟ ଅଞ୍ଚଳରେ ଶୃଙ୍ଖଳାବଦ୍ଧ ଭାବରେ ଚାଲୁଥିବା ହୋଟେଲ ଏବଂ ଠେଲା ଦୋକାନୀ ପ୍ରତିଦିନ ବିପୁଳ ପରିମାଣରେ ପଚା ଓ ଅବଶିଷ୍ଟ ଖାଦ୍ୟ ରାସ୍ତା ପାଖରେ ଫିଙ୍ଗୁଥିବାରୁ ସମଗ୍ର ପରିବେଶ ପ୍ରତିଦିନ ଦୂଷିତ ହୋଇଯାଉଛି । ଏହି ଆବର୍ଜନାରୁ ଉଠୁଥିବା ଦୁର୍ଗନ୍ଧ ସହିତ, ବିଭିନ୍ନ ପ୍ରକାର ରୋଗ, ମଶା କୀଟପତଙ୍ଗ ବଢିବାର ସମ୍ଭାବନା ରହିଥିବାରୁ ସାଧାରଣ ଲୋକଙ୍କ ଜୀବନକୁ ଦୁଷ୍କର କରିଦେଇଛି । “ହୋଟେଲଗୁଡ଼ିକରୁ ଦିନେ-ଦିନେ ଯେତେ ପଚା ଖାଦ୍ୟ ବାହାରୁଛି, ସେଥିକୁ ସରକାରୀ ନିର୍ଦ୍ଧାରିତ ଡସବିନରେ ଫିଙ୍ଗିବା ପରିବର୍ତ୍ତେ ଆବର୍ଜନାକୁ ସିଧା ରାସ୍ତା କଡରେ ଫିଙ୍ଗି ଦେଉଛନ୍ତି । ଏହା ପରିବେଶକୁ ଅସହ୍ୟ କରିଦେଇଛି,” ବୋଲି ଜଣେ ସାଧାରଣ ନାଗରିକ ଅଭିଯୋଗ କରିଛନ୍ତି । ଚିକିତ୍ସକମାନଙ୍କ କହିବା ଅନୁସାରେ, ଏଭଳି ଅବ୍ୟବସ୍ଥିତ ଭାବରେ ଆବର୍ଜନା ଫିଙ୍ଗିବା ଫଳରେ ଡେଙ୍ଗୁ, ମାଲେରିଆ, ଡାଏରିଆ, କଲେରା ପରି ସଂକ୍ରାମକ ରୋଗ ସହଜରେ ବ୍ୟାପିପାରେ । ସେଥିପାଇଁ ସମୟରେ ପ୍ରଶାସନ କଟକଣା କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟାବଶ୍ୟକ । ଖପ୍ରାଖୋଲରେ କିଛି ସମୟ ପୂର୍ବରୁ ସ୍ୱଚ୍ଛତା ଅଭିଯାନ କରିଥିଲେ, କିନ୍ତୁ ପରେ ସେଥିରେ କୌଣସି ନିୟମିତତା ରହିଲା ନାହିଁ । ଏବେ ପୁଣିଥରେ ଏହି ସମସ୍ୟା ବଡ଼ ରୂପ ନେଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ କ୍ରୋଧ ଓ ଅସନ୍ତୋଷ ବ୍ୟାପ୍ତ ହୋଇଛି ।