ବଜ୍ରାଘାତରେ ବ୍ୟକ୍ତି ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନଦୀରେ ସ୍ନାନ କରିବାକୁ ଯାଉଥିବା ବେଳେ ବଜ୍ରାଘାତ ହେବାରୁ ଜଣେ ବ୍ୟକ୍ତି ଗୁରୁତର ଆଘାତ ପାଇଛନ୍ତି । ସୂତ୍ର ଅନୁସାରେ, ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତର ଗିରିଧାରୀ ଭୁଏଙ୍କ ପୁଅ ଲୋକନାଥ ଭୁଏ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଉଥିଲେ, ଅଧାରାସ୍ତାରେ ବଜ୍ରାଘାତ ହେବାରୁ ଲୋକନାଥ ଗୁରୁତର ଅବସ୍ଥାରେ ପଡ଼ିଗଲେ । ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟମାନେ ଉଦ୍ଧାର କରି ତତ୍‌କ୍ଷଣାତ୍ ବାଇକ ସାହାଯ୍ୟରେ ଡାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପାଟଣାଗଡ଼ ସ୍ଥାନାନ୍ତର କରାଯାଇଛି । ବାକି ଦୁଇଜଣ ସୁରକ୍ଷିତ ଅଛନ୍ତି ।

Leave A Reply

Your email address will not be published.