ସୁଲେଇରେ ନିପୁଣ ଓଡିଶା ସପ୍ତାହ ପାଳନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସୁଲେଇ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ସପ୍ତାହ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ପୁରୋତ୍ତମ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ନିପୁଣ ଓଡିଶା ପାଳନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ବରିଷ୍ଠ ଶିକ୍ଷକ ନିତାଇ ମଟାରୀ ନିପୁଣ ସପ୍ତାହର କାର୍ଯ୍ୟକ୍ରମର ବର୍ଣ୍ଣନା କରିଥିଲେ । ପ୍ରଥମ ଓ ଦ୍ଵିତୀୟ ଦିବସରେ ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଘ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ମୌଳିକ ସଂଖ୍ୟାଜ୍ଞାନକୁ ବିଭିନ୍ନ ମଜାକିଆ ଖେଳ ମାଧ୍ୟମରେ ଶିକ୍ଷାଦାନ ଦେଇଥିଲେ । ଦ୍ଵିତୀୟ ଓ ତୃତୀୟ ଦିବସରେ ଭାଷା ସମ୍ପର୍କିତ ଶିକ୍ଷଣ କାର୍ଯ୍ୟ ବିଭିନ୍ନ ଗପ, ଗୀତ, ଖେଳ ମାଧ୍ୟମରେ ଶିକ୍ଷା ଦିଆଯାଇଥିଲା । ଶେଷ ଦିବସରେ ପ୍ରଥମ, ଦ୍ଵିତୀୟ, ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନିପୁଣ ଓଡିଶା ରିପୋର୍ଟ କାର୍ଡ ଦିଆଯିବା ସହ ବୈଠକରେ ଛାତ୍ରଛାତ୍ରୀଙ୍କ ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନରେ ଆଗେଇ ନେବା ପାଇଁ ପିତାମାତା, ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ଅଲ୍ଲୀକା ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.