ଟିଟିଲାଗଡ଼ ହାଟପଦା ପଡ଼ାର ଭଡ଼ା ଘରୁ ଶିକ୍ଷକ ସିଦ୍ଧାନ୍ତ କୁମାର ସାହୁଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା ପଡ଼ାର ଜଣଙ୍କ ଭଡ଼ା ଘରେ ରହୁଥିବା ସିଲଣ୍ଡା ଗ୍ରାମରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସିଦ୍ଧାନ୍ତ କୁମାର ସାହୁଙ୍କ ମୃତ୍ୟୁ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଭଳି ? କେଉଁ ପରିସ୍ଥିତିରେ ? କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ପୋଲିସ ତଦନ୍ତ ତଥା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ । ତେବେ ଶବକୁ ଏବେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଥିବା ଫ୍ରିଜରରେ ସୁରକ୍ଷିତ ଭାବେ ରଖାଯାଇଛି । ପରିବାର ବର୍ଗ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.