ବେଲପଡା : ବେଲପଡ଼ା ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଣ୍ଡଳରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜାତୀୟ ସେବା ଯୋଜନା ସଂଯୋଜକ ଡଃ ବିଶ୍ୱମୋହନ ଜେନା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜାତୀୟ ସେବା ଯୋଜନାର ବଲାଙ୍ଗିର ଜିଲ୍ଲା ସଂଯୋଜକ ଡଃ. ଅଜିତ କୁମାର ଭୋଇ ଯୋଗଦାନ କରିଥିଲେ । ଇଂରାଜୀ ଅଧ୍ୟାପିକା କୁମାରୀ ସଙ୍ଗୀତା ମେହେର ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ସକଳ ପଧାନ ସଭା ପରିଚାଳନା କରିଥିଲେ । ତିନି ଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ସୁନୀଲ କୁମାର ଅଗସ୍ତି ଇଂରାଜୀ ଅଧ୍ୟାପକ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ସହାୟକ ଉଦ୍ୟାନ କୃଷି ବିଭାଗର ଅଧିକାରୀ ବିଷୟ ବିଶେଷଜ୍ଞ ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ସୁନ୍ଦର ଭାବରେ ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ଜିଲ୍ଲାସ୍ତରରୁ ଶତାଧିକ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ ଏବଂ ପରିଶେଷରେ ବିକାଶ କୁମାର ସାହୁ ଜାତୀୟ ସେବା ଯୋଜନା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।