ପଦ୍ମପୁର ଜିଲ୍ଲା କୃଷି ବିଭାଗରେ ୨୨ ଲକ୍ଷ ୩୦ ହଜାର ଟଙ୍କା ଘୋଟାଲା : କିରାଣୀ ଗିରଫ, ପିଅନ ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟରେ ଏକ ବଡ ରକମର କେଳେଙ୍କାରୀ ସାମ୍ନାକୁ ଆସିଛି । ଏହି ଅଫିସର ବରିଷ୍ଠ କିରାଣୀ ଓ ପିଅନ ମିଶି ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ପଦ୍ମପୁର ଥାନାରେ ଜିଲ୍ଲା କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡା ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ସୁତ୍ରରୁ ପ୍ରକାଶ ଯେ, ପଦ୍ମପୁର ବରିକେଲରେ ଥିବା ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ କ୍ଷୀରୋଦ୍ର ଭୋଇ ଗତ ୨୨.୭ .୨୫ ତାରିଖରେ ବିଲ ନମ୍ବର ୨୩ରେ ୧୪ ଲକ୍ଷ ୬୦ହଜାର ୧୦ ଟଙ୍କା ଓ ତା ୧୧.୬.୨୫ରେ ୮ଲକ୍ଷ ୨୪ହଜାର ୨୨୫ଟଙ୍କା ମୋଟ ୨୨ଲକ୍ଷ ୩୦ ହଜାର ୨୨୫ ଟଙ୍କା ପିଅନ ରୂପକ ସାହୁଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏକାଉଣ୍ଟକୁ ଟ୍ରାନ୍ସପର ହୋଇଥିଲା । ଏହି ଘଟଣା ପଦ୍ମପୁର ସବ୍‌ଟ୍ରେଜେରୀରୁ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପଣ୍ଡା ଜାଣିବା ପରେ ଗତ ୫.୯ରେ ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପଦ୍ମପୁର ଥାନା କେଶ ନମ୍ବର ୨୪୦/୨୫ ଧାରା ୩୧୬ (୪),୩୧୮ (୪)୩୦୫ ଇ/୩(୫)ରେ ମାମଲା ରୁଜୁ କରି କିରାଣୀ କ୍ଷୀରୋଦ୍ର ମେହେରଙ୍କୁ ବରିକେଲ ଅଫିସ ବାସଭବନରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ପିଅନ ରୂପକ ସାହୁ ଫେରାର ଥିବା ପୋଲିସ ସୁତ୍ରରୁ ପ୍ରକାଶ । ଉଭୟ କିରାଣୀ ଓ ପିଅନ ଗତ ତା. ୧୧.୦୮.୨୫ ରୁ ଅପିସକୁ ଆସୁ ନଥିବା ଜଣାପଡିଛି । ଏ ସଂପର୍କରେ ଜିଲ୍ଲା କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ । ଏହି କେସ୍‌କୁ ପଦ୍ମପୁର ଥାନା ଏସ୍‌ଆଇ ପ୍ରମିଳା ମରି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.