ଲାଠୋର ଓଡ଼ିଆ ବଣିକ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଲାଠୋର ଓଡ଼ିଆ ବଣିକ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ଷ ଯାକର ଆୟ ବ୍ୟୟର ହିସାବ କରାଯିବାସହ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଗତବର୍ଷ କୋରୋନା ଯୋଗୁଁ ବ୍ୟବସାୟୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ତଥା କିପରି ଭାବରେ ନିଜ ଅଣ୍ଟା ସଳଖିବେ ସେ ବିଷୟରେ ଆଲୋଚନା ହେଇଥିଲା । ବୈଠକରେ ସଂଘର ସଭାପତି ପାଇଁଁ ସୁଶାନ୍ତ କୁମାର ମେହେର, ଉପସଭାପତି ପାଇଁ ଜସ୍କନ୍ଧ ମେହେର, ସମ୍ପାଦକ ପାଇଁ ପ୍ରଶାନ୍ତ କୁମାର ବହିଦାର, ସହ ସମ୍ପାଦକ ଦୟାସାଗର ମେହେର, କୋଷାଧ୍ୟକ୍ଷ ଭାବେ ଅନିରୁଦ୍ଧ ମେହେର ସର୍ବସମ୍ମତିକ୍ରମେ ଚୟନ ହୋଇଛନ୍ତି । ଆଗକୁ ସଂଘକୁ କିପରି ମଜଭୁତ କରାଯାଇ ପାରିବ ସେ ବିଷୟରେ ଆଲୋଚନା ହେଇଥିଲା ।

Leave A Reply

Your email address will not be published.