oom

ଧାନ କିଣାରେ ଅବ୍ୟବସ୍ଥାର ଦୃଢ ପ୍ରତିବାଦ : ଧାରଣାରେ ବସିଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଧାନ କିଣାରେ ଧାନ ମଣ୍ତି ଆରମ୍ଭରୁ ଅବ୍ୟବସ୍ଥା ଲାଗି ରହିଥିବା ଦେଖିବାକୁ ମିଳିଛି । କେତେବେଳେ ଟୋକନ ସମସ୍ୟା ତ ଆଉ କେତେବେଳେ ଟାର୍ଗେଟ ସମସ୍ୟା ତ ଆଉ କେତେବେଳେ ମଣ୍ତି ଅଧିକାରୀଙ୍କ ଶୋଷଣର ଶିକାର ହେଉଛନ୍ତି ଚାଷୀ । ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରି ଚାଷୀମାନେ ନିଜ କଷ୍ଟ ଉପାର୍ଜିତ ବର୍ଷକର ପରିଶ୍ରମର ଫଳକୁ ବିକ୍ରି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ହେଲେ ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ହୋଇପାରୁ ନାହିଁ ।

ପଦ୍ମପୁର ଉପଖଣ୍ତରେ ଧାନ କିଣାବା ପାଇଁ ସରକାରଙ୍କ ଦ୍ବାରା ପଦ୍ମପୁର ଆରଏମସି ଅଧିନରେ ୭୦ଟି ମଣ୍ତି ଖୋଲା ଯାଇଛି । ଏହି ୭୦ଟି ମଣ୍ତିରେ ୯ଲକ୍ଷ ବସ୍ତା ଧାନ ଖୋଲା ଆକାଶ ତଳେ ପଡିପଡି ନଷ୍ଟ ହେଉଛି । କେବଳ ପଦ୍ମପୁର ଉପଖଣ୍ତ ନୁହେଁ ପଶ୍ଚିମ ଓଡିଶାର ସମସ୍ତ ମଣ୍ତିରେ ଧାନ କିଣାରେ ଏମିତି ଅବସ୍ଥା ରହିଛି । ଏହି ଅବ୍ୟବସ୍ଥା ବିରୋଧରେ ଆଜି ପୂବର୍ତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃ‌ତ୍ୱରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ଏବଂ ପାଞ୍ଚ ଦଫା ଦାବୀ ନେଇ ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହି ଧାରଣାରେ ପଦ୍ମପୁର ଉପଖଣ୍ତର ଶହ ଶହ ଚାଷୀ ଯୋଗ ଦେଇଛନ୍ତି ଏବଂ ଧାନ କିଣାରେ ହେଉଥିବା ଅବ୍ୟବସ୍ଥାକୁ ପ୍ରତିବାଦ ଜଣାଇଛନ୍ତି ।

ଏହି ଗଣ ଧାରଣାରେ ପଦ୍ମପୁର ଭାରତୀୟ ଜନତା ପାର୍ଟି ତଥା ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ସଭାପତି‌ତ୍ୱ କରିଥିବା ବେଳେ ବରିଷ୍ଠ କର୍ମକର୍ତ୍ତା ଜିଲ୍ଲା ଉପ ସଭାପତି ପ୍ରବୀଣ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା ଉପ ସଭାପତି ଶ୍ରୀକାନ୍ତ ପାଣିଗ୍ରାହୀ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରିତେଶ ବହିଦାର, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଂପାଦକ ଗୋବର୍ଦ୍ଧନ ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଦନ ଦୀପ, ସୁନୀଲ ଅଗ୍ରୱାଲ, ଅଶୋକ ମିଶ୍ର, ନୂତନ ଭାବେ ଜିଲ୍ଲାକୁ ପ୍ରତିନିଧି‌ତ୍ୱ କରୁଥିବା ସରୋଜ ପାଣିଗ୍ରାହୀ, ସରୋଜ ସାମଲ, ଡା ଲମ୍ବୋଦର ପଣ୍ତା, ସର‌ସ୍ୱତୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟ ସନ୍ତୋଷ ମେହେର, ରମିଲା ଲୁହାର, ଜୟ ନିଗମ ସାହୁ, କୁମୁଦିନୀ ସାହୁ, ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରୀ, ମାଣ୍ତୋସିଲ ମଣ୍ତଳ ସଭାପତି ସଞ୍ଜୟ ବେହେରା, ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ଜଗଦଳପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହା, ଦହିତା ମଣ୍ତଳ ସଭାପତି କେତନ ମେହେର, ସର୍ଗିବାହାଲ ମଣ୍ତଳ ସଭାପତି ନିରାକାର ବରିହାଙ୍କ ସମେତ ଶତାଧିକ ବିଜେପି କାର୍ୟ୍ୟକର୍ତ୍ତା ଓ ଶତାଧିକ ଚାଷୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.