
ବରଗଡ : ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଙ୍ଘଠାରେ ବରଗଡ଼, କଟାପାଲି ଗ୍ରାମର “କଲା ଦହନା ସାଂସ୍କୃତିକ ଅନୁଷ୍ଠାନ” ପକ୍ଷରୁ ନୁଆଁଖାଇ ଭେଟଘାଟ୍ ମହୋତ୍ସବ ଏବଂ ରାଜ୍ୟ ସ୍ତରୀୟ ଷଷ୍ଠ ସାରସ୍ୱତ ସମାରୋହ ଅତି ଆଡମ୍ବର ସହକାରେ ପାଳନ ହୋଇଯାଇଛି । ସମ୍ପାଦକ ତଥା ପ୍ରତିଷ୍ଠାତା ଦିନେଶ ଭୋଇଙ୍କ ତତ୍ୱାବଧାନରେ ଏବଂ ସଭାପତି ବିକ୍ରମ ସାହୁଙ୍କ ସଭାପତିତ୍ୱରେ ପ୍ରଥମ ଏବଂ ଦ୍ଵିତୀୟ ଅଧିବେଶନକୁ ସଂଚାଳିତ କରିଥିଲେ ହେମନ୍ତ କୁମାର ଦୀପ । ପ୍ରଥମ ଅଧିବେଶନରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ପ୍ରଫେସର ଡ଼ଃ ବବ୍ରୁବାହନ ମହାପାତ୍ର (ଅବସର ପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ) ; ଯାହାଙ୍କ ବକ୍ତବ୍ୟ ” ନୁଆଁଖାଇ ସନ୍ଦେଶ ଉପରେ ପର୍ଯ୍ୟବେସବିତ ଥିଲା ଏବଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଡ଼ଃ ପବିତ୍ର ସାହୁ, ( ଶିଳ୍ପ ଗବେଷଣା ପ୍ରତିଷ୍ଠାନର ପୂର୍ବତନ ଉପନିର୍ଦ୍ଦେଶକ ଏବଂ ବର୍ତ୍ତମାନ ଗୌହାଟିର ଘଋଝ ରିଫ୍ରାକ୍ଟୋରିଜର ବୈଷୟିକ ପରାମର୍ଶଦାତା।), ଡ଼ଃ ନିରଞ୍ଜନ ପଣ୍ଡା (ଅବସର ପ୍ରାପ୍ତ ଶିକ୍ଷାବିତ,ତଥା ସମାଜସେବୀ,ସୁବର୍ଣ୍ଣପୁର, ବିନିକାର ତାପରେ କଲା ଦହନାର ଦ୍ଵିତୀୟ ନୁଆଁଖାଇ ସ୍ୱତନ୍ତ୍ର ବିଶେଷାଙ୍କ “କରନି” ବହୁଭାଷୀ ପତ୍ରିକା ଉନ୍ମୋଚନ କରାଯାଇଥିଲା । ଏ ପତ୍ରିକାର କଳେବରରେ ଚାରିଗୋଟି ଭାଷାରେ ଓଡ଼ିଆ, କୋସଲି, ହିନ୍ଦୀ, ଇଂରାଜୀ ସମେତ ଆଦିବାସୀ ଭାଷା ମାନଙ୍କରେ କବିତା, ଗଳ୍ପ, ଆଲୋଚନା ମୂଳକ ପ୍ରବନ୍ଧ ଗୁଡାକ ରହିଥିଲା । କବି ରାଧେଶ୍ୟାମ ମିଶ୍ରଙ୍କ “କୃଷ୍ଣା ତୁମେ ଗଲା ପରେ” ପୁସ୍ତକର ମଧ୍ୟ ଶୁଭ ଉନ୍ମୋଚନ ସମାପନ ହୋଇଥିଲା । ନୁଆଁଖାଇ ଉପରେ ଆଲୋଚନା ସମେତ ଅନୁଷ୍ଠାନର ଚଳିତ ପ୍ରମୁଖ ସମ୍ବର୍ଦ୍ଧନା ଥିଲା : ” କୋସଲ ବାଲ୍ମୀକି ଇନ୍ଦ୍ରମଣି ସାହୁ ସମ୍ମାନ – ୨୦୨୫” ଯାହାକି ବଲାଙ୍ଗିରର କବି ସୁରେନ୍ଦ୍ର କୁମାର ପଟେଲଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ଅତାବିରାର ସୁଶ୍ରୀ ଯୁକ୍ତା ମହାପାତ୍ର ତତ୍ ପରେ ପ୍ରଥମ ଅଧିବେଶନ ସମାପନ ହେଲା ଏବଂ ନୁଆଁଖାଇର ପ୍ରମୁଖ କାର୍ଯ୍ୟକ୍ରମ ନୂଆଁ ଖାଇବା ପାଇଁ ମଧ୍ୟାହ୍ନ ଭୋଜନର ବିରତି ରହିଲା । ଦ୍ଵିତୀୟ ଅଧିବେଶନକୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର (ଅବସର ପ୍ରାପ୍ତ ଶିକ୍ଷାବିତ, କେନ୍ଦ୍ରାପଡା), ସମ୍ମାନିତ ଅତିଥିରେ ଡ଼ଃ ସ୍ଵର୍ଣ୍ଣଲତା ଲେଙ୍କା(କବି, ଗାଳ୍ପିକା, ଝାରସୁଗୁଡା) ରୁ ଦ୍ଵିତୀୟ ଅଧିବେଶନରେ ପତ୍ରିକା ପାଇଁ ଲେଖା ସାବ୍ୟସ୍ତ କରିଥିବା ସମସ୍ତ ଲେଖକ ଲେଖିକା ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା ଏବଂ ନୁଆଁଖାଇ କାର୍ଯ୍ୟକ୍ରମରେ ସହାଭାଗିତା ହୋଇଥିବା ସମସ୍ତ ସହଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଏହା ସହିତ କବି ଦୀନେଶ ଭୋଇଙ୍କ ଗୀତି କବିତା କେଳି କିଶୋରୀରୁ ଗୀତ ବୋଳିଥିଲେ ଢେଙ୍କାନାଳର କଣ୍ଠ ଶିଳ୍ପୀ ସୁନୀଲ କୁମାର ଦାଶ ମହୋଦୟ । ତତ୍ପରେ ନୁଆଁଖାଇ ସଂସ୍କୃତି ସହ ଚିରା ଚରିତ ଭାବେ ଜଡିତ ଲୋକ ନୃତ୍ୟ ଡାଲଖାଇରେ ସାମିଲ ଥିଲେ ବିଜେପୁର ଗ୍ରୁପରୁ ଆରୋହୀ ପଧାନ, ଶ୍ରୀୟାଂଶୀ ଦାଶ, ଏଞ୍ଜେଲ ସାହୁ, ଅଭିପ୍ସା ଭୁଏ, କିରଣ ପାଣିଗ୍ରାହୀ । ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଦୀପ୍ତି ଚମ୍ପତି ଏବଂ ଦେବଗଡ଼ରୁ ଅଙ୍କୁର ରଞ୍ଜନ ସ୍ୱାଇଁ, ଢେଙ୍କାନାଳରୁ ପ୍ରାଚୀନ କଳା କେନ୍ଦ୍ର, ଭୁବନେଶ୍ୱରରୁ ସଙ୍ଗୀତ ଭାସ୍କର ଓଡ଼ିଶୀ ନୃତ୍ୟଶିଳ୍ପୀ ମେଘ୍ନା ମମତା ମହାନ୍ତ ଏବଂ ଆଧୁନିକ ଲୋକ ନୃତ୍ୟରେ ସାମିଲ ଥିଲେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାତୀ ସାଗରୀକା ରଣା(ସୁନ୍ଦରଗଡ଼), ପ୍ରୀତି ଓରାମ(ସମ୍ବଲପୁର), ନିଲମ୍ ବାଗ (ଝାରସୁଗୁଡା), ସୁଶ୍ରୀତା ସଙ୍ଗୀତ ଭାସ୍କର ଓଡ଼ିଶୀ ନୃତ୍ୟଶିଳ୍ପୀ ମେଘ୍ନାସାହୁ (ନୟାଗଡ଼), ମୁସ୍କାନ ସୁନା (ସମ୍ବଲପୁର) ରୁ ପୁଣି ବଲାଙ୍ଗିରରୁ ସୁଶ୍ରୀ ସ୍ମିତା ନାଏକ ମଧ୍ୟ ଲୋକ ଆଧୁନିକ ନୃତ୍ୟରେ ସାମିଲ ଥିଲେ । ଏହାପରେ କବିତା ପାଠୋତ୍ସବ ସମେତ ସମ୍ବର୍ଦ୍ଧନା ସଭା ମଧ୍ୟ ସମାପନ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କର ଭୁୟସୀ ପ୍ରଶଂସା କରିଥିଲେ ଆଗତ୍ୟ ଅତିଥି ମାନେ । ଧନ୍ୟବାଦ ଅର୍ପଣ କରିଥିଲେ ଡ଼ଃ ରାଧେଶ୍ୟାମ ମିଶ୍ର ।