ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଇଣ୍ଟ୍ରାକ୍ଟ କ୍ଲବର ୫ମ ପ୍ରତିଷ୍ଠା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଷ୍ଟିଲ୍ ସିଟିର ରୋଟାରୀ କ୍ଲବ ଦ୍ୱାରା ପ୍ରାୟୋଜିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜଗଦାର ଇଣ୍ଟ୍ରାକ୍ଟ କ୍ଲବ ପକ୍ଷରୁର ୫ମ ସ୍ଥାପନା ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୋଟାରୀଆନ ନିବେଦିତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଭାଷଣରେ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କୃତଜ୍ଞତାର ନିଦର୍ଶନ ସ୍ୱରୂପ ସେ ଆମ କ୍ଲବର ପ୍ରଧାନ ଆଚାର୍ଯ୍ୟ ଏବଂ ଦୁଇଜଣ ଗାଇଡ ଶିକ୍ଷକଙ୍କୁ ଛୋଟ ଛୋଟ ଉପହାର ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟନାରାୟଣ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ଡକ୍ଟର ସୂରଜ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ତାଙ୍କ ପ୍ରେରଣାଦାୟକ ଭାଷଣରେ ସେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ କିପରି ସଫଳ ହେବେ ଏବଂ ସେଥିପାଇଁ ମୁଖ୍ୟ ନିୟମ ବିଷୟରେ ମତ ରଖିଥିଲେ । ସଭାପତି ରୋଟାରୀଆନ ବୀଣାପାଣି ରଥ ଇଣ୍ଟ୍ରାକ୍ଟ କ୍ଲବ ର ଗୁରୁତ୍ୱ ବିଷୟରେ କିଛି ଆଲୋକପାତ କରିଥିଲେ । ନୂତନ ଇଣ୍ଟ୍ରାକ୍ଟ ସଭାପତି ପ୍ରିୟାଂଶୀ ସିଂହ କ୍ଲବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଗାଇଡ୍ ଶିକ୍ଷୟିତ୍ରୀ ସୁଶ୍ରୀ ଅଳକା ସାମଲ ନୂତନ ବିଓଡି ସଦସ୍ୟ ଘୋଷଣା କରିଥିଲେ । ଦୁଇଜଣ ଗାଇଡ୍ ଶିକ୍ଷୟିତ୍ରୀ ସୁଶ୍ରୀ ଅଳକା ସାମଲ ଏବଂ ରୀତା ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆରଟିଏନ୍ ଅଞ୍ଜଳି ଶତପଥୀ ପୂର୍ବ ବର୍ଷରେ ହୋଇଥିବା କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଆରଟିଏନ୍ ଟୁନି ମ୍ୟାଡାମ୍ କ୍ଲବର ଛାତ୍ରଛାତ୍ରୀମାନଙ୍କୁ ଜଳପାନ ବଣ୍ଟନରେ ସାହାଯ୍ୟ କରିଥିଲେ ।ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା ।

jittmm
Leave A Reply

Your email address will not be published.