csstore

୨୭ତମ ନୂଆଖାଇ ଭେଟଘାଟ ପାଳନ ଅବସରରେ ନୂଆଖାଇ ଚେସ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଏବିସିଡି (ଏସୋସିଏସନ ଅଫ ଦ ବ୍ରୋଡ଼ ମାଇଣ୍ଡେଡ ଫର କମ୍ୟୁନିଟି ଡେଭଲପମେଣ୍ଟ) ର ଆୟୋଜନରେ ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପ୍ରାଙ୍ଗଣରେ ୨୭ତମ ନୂଆଖାଇ ଭେଟଘାଟ ପାଳନ ଅବସରରେ ନୂଆଖାଇ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ପଦ୍ମପୁର ଥାନାର ଜିଲ୍ଲା ଅଧିକ୍ଷକ ପୋଲିସ ପାଣ୍ଡବ ଶବରଙ୍କୁ କମିଟି ସଦସ୍ୟମାନେ ସ୍ୱାଗତ କଲା ପରେ ଶବର ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରି ପ୍ରତିଯୋଗିତାକୁ ନିଜେ ପ୍ରଥମ ଚାଲ୍‌ ଦେଇ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଖେଳାଳିମାନଙ୍କ ଉଦ୍ଦେଶ୍ୟରେ ତାଙ୍କ ବକ୍ତବ୍ୟରେ କହିଥିଲେ ଚେସ ଖେଳ ହେଉଛି ବୁଦ୍ଧିମତା, ଧେର୍ଯ୍ୟ ଓ ସହନଶୀଳତାର ଖେଳ । ପଦ୍ମପୁର ଟାଉନ ସମେତ ସୋହେଲା, ଜୁରିଆ, ଭରସୁଜା, ଡେଙ୍ଗଜୁରୀ, ଉପର ବାହାଲ, ଦହିତା, ଦମେଇପାଲି, କନଙ୍ଗାଁ, ଢୋଲବନ୍ଧ, ବରିକେଲ, ବରିହା ପୂଖାପାଣି, ବୁବୁଡା, ଭେଉଁରିଆ, ସତିଭଟା, କଂସିଂହା, ବନ୍ଧେଇପାଲି, ସାରଙ୍ଗପୁର, ଡୁଙ୍ଗୁରିପାଲି, ପାଟଣାଗଡ, ବରଗଡ, ଅତାବିରାଠାରୁ ପ୍ରାୟ ୬୦ ଜଣ ୭ ବର୍ଷ ଛୋଟ ଶିଶୁରୁ ୭୫ ବର୍ଷ ବୃଦ୍ଧ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ଏବିସିଡି କାର୍ଯ୍ୟକର୍ତ୍ତାଙ୍କ ମନୋବଳକୁ ଉତ୍ସାହିତ କରିଥିଲେ । ସାତ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଓମ୍ ପ୍ରକାଶ ସତନାମୀ ୬.୫ ପାଇ ଚମ୍ପିଆନ୍ ହୋଇଥିବା ବେଳେ ଗୋବିନ୍ଦଚନ୍ଦ୍ର ସାହୁ, ଭରସୁଜା, ଅଭିଜିତ ବାଗ, ପାଟଣାଗଡ଼, ସମୀର ମେହେର, ପଦ୍ମପୁର ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ପଦ୍ମପୁରର ଅଂଜଳି ମେହେର ଶ୍ରେଷ୍ଠ ମହିଳା ଓ କୁଧରେନପାଲିର ପ୍ରତ୍ୟୁଷ ରଂଜନ ଭୋଇ ଶ୍ରେଷ୍ଠ ଜୁନିଅର ଖେଳାଳି ବିବେଚିତ ହୋଇଥିଲେ । ସଫଳ ଖେଳାଳିମାନଙ୍କୁ ନୂଆଁଖାଇ ଭେଟଘାଟ ଅବସରରେ ବିଜୟୀ ଟ୍ରଫି ମାନ ପ୍ରଦାନ କରାଯିବ । କମିଟିର ଉପଦେଷ୍ଟା ତଥା ଜାତୀୟ ଆର୍ବିଟର କେଶରଞ୍ଜନ ପ୍ରଧାନ ପ୍ରତିଯୋଗିତା ପରିଚାଳନା କରିଥିବା ବେଲେ ସଭାପତି ଅନିଲ ବେହେରା, ସମ୍ପାଦକ ରଘୁନାଥ ପୁରୀ, ସହ ସମ୍ପାଦକ ପ୍ରତାପ ନାଥ, କୋଷାଧକ୍ଷ୍ୟ ସୁରେଶ ମିଶ୍ର, ସହଦେବ ମେହେର, ଲିଙ୍ଗରାଜ ସାହୁ, ରବିନ୍ଦ୍ର ଦାଶ ଅଂଶୁମାନ ମେହେର,ସୁନୀଲ ଭୋଇ, ସୁମନ୍ତ ସାହୁ, ଅମୀୟ ପୁରୋହିତ, ଟୁନା ବାରିକ, ରମେଶ ଗୁର୍ଲା, ଶାନ୍ତ ସଂଗ୍ରାମ ଭୋଇ, ତୁଷାରକାନ୍ତ ପଧାନ, ସରୋଜ ଦାନୀ, ସରୋଜ ଯୋଶୀ, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ପଦ୍ମପୁର ପୋଲିସ ବିଭାଗର ଥାନା ଅଧିକାରୀ ମମତା ନାଏକ ଖେଳାଳିମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ ଓ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଆସନ୍ତା ୨୪ ତାରିଖ ରବିବାର ଦିନ ସକାଳ ଘ.୯.୦ ସମୟରେ ମେହେର ପଡା ଶିବ ମନ୍ଦିର ପାଖ ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପ ଠାରେ ଚିତ୍ରାଙ୍କନ (ସ୍କୁଲ ମାନଙ୍କ ସକାଶେ), ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା (ସର୍ବସାଧାରଣ ଙ୍କ ପାଇଁ ) ଆୟୋଜନ ହେବାର କମିଟି ସୂତ୍ରରୁ ପ୍ରଦାନ । ଶେଷରେ କମିଟିର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.