ସଦାଇପାଲି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକରସଦାଇପାଲି, କ୍ଲଷ୍ଟରର ଦୁଇଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷିକା ବିନୋଦ ଷଡଙ୍ଗୀ ଏବଂ ଯୋଗମାୟା ହୋତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ସରକାରୀ ଉ.ପ୍ରା. ବିଦ୍ୟାଳୟ, ସଦାଇପାଲିରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଦାଇପାଲି ଉ.ପ୍ରା.ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପଣ୍ଡା ସଭାପତିତ୍ୱ କରିଥିବାବେଳେ ବୀରମୁଣ୍ଡା ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତେଜରାଜ କୁମ୍ଭାର ମୂଖ୍ୟ ଅତିଥି ଏବଂ କ୍ଲଷ୍ଟର ସି.ଆର.ସି.ସି ନିରାକାର ସାଏ ମୁଖ୍ୟ ବକ୍ତା ଭାବେ ମଞ୍ଚାସୀନ ହୋଇଥିଲେ । ମଞ୍ଚ ପରିଚାଳନା ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ମିଶ୍ର କରିଥିବା ବେଳେ ଉଭୟ ପ୍ରଧାନ ଶିକ୍ଷକଙ୍କ କର୍ମମୟ ଜୀବନର, କିଛି କଥାକୁ ରାଧାରମଣ ଉ.ପ୍ରା. ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ବହିଦାର, ରିନବଚନ ୟୁ ଜି .ଏମ. ଇ .ବିଦ୍ୟାଳୟର ରଶ୍ମିତା ସାହୁ, ଖଇରପାଲି ବିଦ୍ୟାଳୟର କମଳ ଲୋଚନ ସାହୁ ଆଲୋକପାତ କରିଥିଲେ । ଶିକ୍ଷୟିତ୍ରୀ ଝରଣା ସାହୁ ଏବଂ ଶିଲା ମହାପାତ୍ର ମାନପତ୍ର ପଠନରେ ସହଯୋଗ କରିଥିଲେ । କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ /ଶିକ୍ଷିକା ଉପସ୍ଥିତ ରହିଥିଲେ । ସମସ୍ତଙ୍କର ବିଶେଷ ସହଯୋଗ ପାଇଁ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଶେଷରେ ଶିକ୍ଷୟିତ୍ରୀ ବର୍ଷା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।
