ନାୟିକା, ରାଉରକେଲାର ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ମହିଳା ଅନୁଷ୍ଠାନ ନାୟିକା ରାଉରକେଲା ତରଫରୁ ସେକ୍ଟର ୭ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟଠାରେ ୭୯ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମହିଳାମାନଙ୍କ ମଧ୍ୟରେ ସଶକ୍ତିକରଣ, କାର୍ଯ୍ୟଦକ୍ଷତା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ପାରଦର୍ଶିତା ପାଇଁ ସାଧୁବାଦ୍ ଦେବାସହ ଅନ୍ୟ ଅନୁଷ୍ଠାନ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କନକଲତା ଦାସ, ଡଲିରାଣୀ ବ୍ରହ୍ମା, ଅନ୍ନପୂର୍ଣ୍ଣା ସ୍ୱାଇଁ, ନିରୁପମା ମିଶ୍ର, ପୂର୍ଣ୍ଣିମା ପଣ୍ଡା, ସସ୍ମିତା ପାତ୍ର, ମୀନତି ମହାନ୍ତି, ଅରୁନ୍ଧତୀ ସ୍ୱାଇଁ, ବୈଜୟନ୍ତୀ ବେହେରା, କ୍ଷୀରୋଦା ବାରିକ, ରୀନା ମହାନ୍ତି, ସନ୍ଧ୍ୟା ପଟ୍ଟନାୟକ, ରୁନୁ ବେକ୍, ରୀତା ଦାସ, କଲ୍ୟାଣୀ ଦାସ, ଶାନ୍ତି ଦାସଙ୍କ ସମେତ ବହୁ ସଂଖ୍ୟାରେ ଏସଏଚଜି ସଦସ୍ୟା ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.