ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ସମାରୋହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶ ଆଜି ୭୯ତମ ସ୍ୱାଧିନତା ଦିବସ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଉପଖଣ୍ଡ ପ୍ରଶାସନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟିଟିଲାଗଡ଼ ତରଫରୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସ୍ୱାଧିନତା ଦିବସ ଅନୁଷ୍ଠିତ ହୋଇଯାଇଛି । ସକାଳ ୯.୧୫ ମିନିଟ ସମୟରେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ପତାକା ଉତ୍ତୋଳନ କରିବା ପରେ ପ୍ଲାଟୁନ ପରିଦର୍ଶନ କରିଥିଲେ । ତାପରେ ଉପଜିଲ୍ଲାପାଳ ଲୋକଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ୨୪ଟି ପ୍ଲାଟୁନ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଘୋଷଦଳଙ୍କ ଠାରୁ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ । ଚିନ୍ତାମଣି ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ହଠାତ ବର୍ଷା ହେବା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ୧୭ ତାରିଖ ଦିନ ଗୋବିନ୍ଦ ବାଟିକା ଠାରେ ଲାୟନ୍ସ କ୍ଲବ ତରଫରୁ ଆୟୋଜିତ ‘ଏକ ସାମ ଦେଶ କେ ନାମ୍‌’ କାର୍ଯ୍ୟକ୍ରମରେ ନିଜର ନୃତ୍ୟ ପରିବେଷଣ କରିବେ ଏବଂ ୧୮ ତାରିଖ ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପୁରସ୍କାର ସଂଗ୍ରହ କରି ନେବା ପାଇଁ ଘୋଷଣା କରାଯାଇଥିଲା । ଏହି ଅବସରରେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ଟିଟିଲାଗଡ଼ ବନଖଣ୍ଡ ଅଧିକାରୀ ସଚିଦାନନ୍ଦ ସୁବୁଦ୍ଧିଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୁନ୍ଦର ପରିଚାଳନା ତଥା ସୁନ୍ଦର ସାଜସଜ୍ଜା କରିବାରେ ସୂଚନା ଓ ଲୋକ ସମ୍ପର୍କ ସୂଚନା ଅଧିକାରୀ ସନ୍ଦୀପ ଚନ୍ଦ୍ରକାରଙ୍କ ବହୁତ ବଡ ଅବଦାନ ରହିଥିଲା ।

jittmm
Leave A Reply

Your email address will not be published.