ଭୋଟ ଚୋର”ପ୍ରସଙ୍ଗକୁ ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

ବାରିପଦା, (ଦେବସ୍ମିତ ଚୌଧୁରୀ) : ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟିର ସଭାପତି ମାଲିକାର୍ଜୁନ ଖଡ଼ଗେ ଓ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ, ଆଜି ମୟୁରଭଞ୍ଜ ଜିଲ୍ଲା ସଂଯୋଜକ(ପୂର୍ବ)ଅରବିନ୍ଦ ଦାସଙ୍କ ନେତୃତ୍ୱରେ, ଏକ ବିଶାଳ ମଶାଲ ଶୋଭାଯାତ୍ରା ସ୍ଥାନୀୟ ମହାରାଜା ପୂର୍ଣ ଚନ୍ଦ୍ର ମହାବିଦ୍ୟାଳୟ ନିକଟରୁ ଆରମ୍ଭ ହୋଇ, “ଭୋଟ ଚୋର ଗାଦି ଛାଡ଼” ନାର ଦେଇ,ସହର ପରୀକ୍ରମା କରିଥଲା । ଆଜିର ଏହି କାର୍ଯ୍ୟକ୍ରମରେ ନିରୋଜ ଦାସ, ଜ୍ୟୋତିପ୍ରକାଶ ରଥ, ଯୋଗେଶ ଅଗ୍ରୱାଲ, ସୁସ୍ମିତା ଘୋସାଲ, ମୋତିପ୍ରକାଶ ଦାସ, ସୁଦିପ ମନ୍ତ୍ରୀ, ଦୀପୁ ଦାସ, ବିଷ୍ଣୁ ସିଂ, ଭବାନି ସିଂ, ଭବାନୀ ସାହୁ, ଠାକୁର ସିଂ, ଏସ. କେ ମୁସ୍ତଫା, ଏସ, କେ ଇକବାଲ, ଫରିଦା ତପଷୁମ, ନିର୍ମଳ ପ୍ରଧାନ ଓ ଛାତ୍ର ଓ ଯୁବଓ ମହିଳା ସଂଗଠନର ଅନେକ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.