ଡୁଙ୍ଗୁରିପାଲି/ଏସ୍. ରାମପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମୋହନଚରଣ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଲୋଚନ ସାହୁ ଯୋଗଦେଇ ପୂର୍ବରୁ ଚିହ୍ନିତ ଛାତ୍ରଛାତ୍ରୀଙ୍କୁ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାରେ ଚଷମା ବିତରଣ କରିଥିଲେ । ଆଖିର ସୁରକ୍ଷା ପାଇଁ ଦୈନନ୍ଦିନ ଜୀବନରେ ଯତ୍ନ ନେବା, ମୋବାଇଲ ବେଶୀ ସମୟ ଦେଖିବା ନାହିଁ, ଅତି ଉଜ୍ଜ୍ୱଳ ଆଲୁଅରେ କି ବହୁତ କମ ଆଲୁଅରେ ପଢିବା ନାହିଁ, ଚଷମାର ସଦୁପଯୋଗ କରିବା, ନିୟମିତ ଚଷମା ପିନ୍ଧିବାକୁ ସଚେତନ କରିଥିଲେ । ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ବ୍ୟବହାର କରୁଥିବା ବ୍ରେଲି ଲିପି ବିଷୟରେ ଶିକ୍ଷା ଦେବା ସହିତ ଲେଖିବାର ପ୍ରଣାଳୀ ଶିଖାଇଥିଲେ । ଛାତ୍ରଛାତ୍ରୀମାନେ ବିନା ମୂଲ୍ୟରେ ଚଷମା ପାଇ ଖୁସି ହୋଇଥିଲେ । ପାଚିକା ସହାୟିକା ଆଲ୍ଲାଦିନୀ ସେଠୀ ଓ ଜପସ୍ୱିନୀ ନାଏକ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ହାରାଧନ ରଣା ଧନ୍ୟବାଦ ଦେଇଥିଲେ ।
