ବାଙ୍କେଲ ହାଇସ୍କୁଲରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସଚେତନତା କାର୍ଯ୍ୟକ୍ରମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବଲାଙ୍ଗିର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଦ୍ଵାରା ସ୍କୁଲର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି କିମ୍ବା ରୋଗୀଙ୍କୁ କିଭଳି ସହାୟତା କରାଯିବ, ସେ ବିଷୟରେ ବିସ୍ତୃତ ରୂପେ ଆଲୋକପାତ କରାଯାଇଥିଲା । ଆଂଚଳିକ ପ୍ରୋଗ୍ରାମ ମ୍ୟାନେଜର ପ୍ରଦୀପ କୁମାର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁର୍ଘଟଣାଗ୍ରସ୍ତଙ୍କୁ କେମିତି ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ସହ ଆହତଙ୍କ ରକ୍ତକ୍ଷରଣ କିଭଳି ବନ୍ଦ କରାଯିବ, ସାପ କାମୁଡ଼ା ଓ ପଶୁ କାମୁଡ଼ିଲେ ଏହାର ଉପଚାର ସହ ହୃଦଘାତଜନିତ ରୋଗୀଙ୍କୁ କିଭଳି ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ କେଉଁ ଉପାୟରେ ସେମାନଙ୍କ ଜୀବନ ରକ୍ଷା କରାଯାଇ ପାରିବ ସେ ବିଷୟରେ ବିସ୍ତାର ଭାବେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ୧୦୮ ଜରୁରୀକାଳୀନ ଅଧିକାରୀ ଟେକରାଜ ବାରିକ, ମାନସ ବେହେରା, ସ୍କୁଲର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ଆଡଜୁଆଡଙ୍କ ସହ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.