ଜମି ବିବାଦରୁ ୩ ଭାଇଙ୍କୁ ମରଣାନ୍ତକ ଆକ୍ରମଣ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହାଣ୍ଡିଘର ଗାଁରେ ରବିବାର ମଧ୍ୟରାତ୍ରରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଗୋଟିଏ ପରିବାରର ୩ ଭାଇ ଭାଗିରଥି ମହାନ୍ତି, ଗୋପାଳ ମହାନ୍ତି ଓ କାହ୍ନୁ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ଜମି ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ଜମି ବିବାଦକୁ ନେଇ ହାଣ୍ଡିଘର ଗାଁର ଏକ ପରିବାରର ୫ ଭାଇଙ୍କ ସହ ସେମାନଙ୍କ ଦାଦା ପୁଅ ଭାଇମାନଙ୍କ ବିବାଦ ଲାଗି ରହିଥିଲା । ନିକଟରେ ଆହତମାନଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ବିବାଦ ଉଗ୍ରରୂପ ନେଇଥିଲା । ରବିବାର ରାତିରେ ଯୁକ୍ତିତର୍କ ପରେ ତିନି ଭାଇଙ୍କ ଉପରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ପରିବାର ଲୋକ ବିଶାଖାପାଟଣାର ଏକ ଘରୋଇ ମେଡିକାଲରେ ଗୁରୁତରଙ୍କୁ ଭର୍ତ୍ତି କରାଇଛନ୍ତି । ଏସମ୍ପର୍କରେ ଖବର ପାଇ ପୁଲିସ ପ୍ରତିପକ୍ଷର ୪ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.