ସର୍ବଭାରତୀୟ ସଂଚାର ସମ୍ମିଳନୀ ଉଦଯାପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସଂଘ ଅଫିସ ପରିସରରେ ଆୟୋଜିତ ୪ ଦିନିଆ ସର୍ବଭାରତୀୟ ସଂଚାର ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ର ଅଞ୍ଚଳ ଶତାଧିକ କଳାକାର ଅଂଶ ଗ୍ରହଣ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଲୁପ୍ତ ପ୍ରାୟ ଏହି ଲୋକ କଳା ଓ କଳାକାର ମାନଙ୍କୁ ଏକାଠି କରିବା ସାମ୍ବାଦିକ ସଂଘର ଭଲ ଉଦ୍ୟମ ଅଟେ ବୋଲି କହିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ଅଧ୍ୟାପକ ମୋହନ ସାହୁ ମଞ୍ଚାସୀନ ଥିଲେ । ସଂଘ ଉପ ସଭାପତି ଉମେଶ ବିଶ୍ବାଳ ସଭା ପରିଚାଳନା କରିଥିଲେ ଏବଂ ସମ୍ପାଦକ ରବି ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!