pr

ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୁତିକ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ଓ ବିର୍ସାମୁଣ୍ଡା ସରକାରୀ ଇଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ବିଶ୍ୱାଳ ତାଙ୍କର ସଭାପତିତ୍ୱ ଅଭିଭାଷଣରେ କହିଲେ କୋମଳମତି ଶିଶୁମାନଙ୍କ ମଧ୍ୟରେ ଆମ ଭାଷା ସାହିଥ୍ୟ ଓ ସଂସ୍କୁତି ପ୍ରତି ଆଗ୍ରହ ସୃଷ୍ଟି କରିବାରେ ରାଉରକେଲା ସାହିତ୍ୟ ସଂସଦର ଭୂମିକା ଉଚ୍ଚ ପ୍ରଶଂସନୀୟ । ମୁଖ୍ୟବାକ୍ତା ଭାବେ ରାଉରକେଲା ସାହିତ୍ୟ ସଂସଦର ସାଧାରଣ ସଂପାଦକ ବିଜୟ କୁମାର ସାହୁ ଯୋଗଦାନ କରି କହିଲେ, ଆମ ସାହିତ୍ୟ, ଆମ ସଂସ୍କୁତି ହେଉଛି ଆମ ଅସ୍ମିତା, ସେ କହିଲେ ଜୀବନରେ ୬ଟି (ଭାଷା, ଭୁଷା, ଭବନ, ଭୋଜନ, ଭଜନ, ଭ୍ରମଣ)କୁ ଆମେ ସୁଚାରୁରୂପେ କାମରେ ଲଗାଇ ପାରିବା ତେବେ ଆମେ ପ୍ରହେତ୍ୟାକ କ୍ଷେତ୍ରରେ ସଫଳତା ପାଇବା ସହ ସୁନାମ ଅର୍ଜନ କରିପାରିବା । ରାଉରକେଲା ସାହିତ୍ୟ ସଂସଦର ଆବାହକ କବି ସୁଶାନ୍ତ କୁମାର ନାୟକ ଏବଂ ଶିକ୍ଷକ ହେମନ୍ତ କୁମାର ବେହେରାଙ୍କ ନେତ୍ରୁତ୍ୱରେ ପିଲାମାନଙ୍କ ମଧ୍ୟୃରେ ଆମ ପର୍ବ ପର୍ବାଣୀକୁ ନେଇ ଏକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ କ୍ରୁତିତ୍ୱ ହାସଲ କରିଥିବା ୫ଜଣ ଛାତ୍ରଛାତ୍ରୀଙ୍କୁ ଆଗାମୀ ଅଗଷ୍ଟ ମାସରେ ପୁରସ୍କୁତ କରାଯିବ । ବରିଷ୍ଠ ଶିକ୍ଷକ ବିଜୟ କୁମାର ପ୍ରଧାନ ମଞ୍ଚ ସଂଯୋଜନା କରିଥିଲା ବେଳେ ଶିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସୁଷମା ପଣ୍ଡା, ଉର୍ମିଳା ଲାକ୍ରା, ଶିଲା ମିଞ୍ଜ୍, ଜାହ୍ନବୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.