ଭୁବନେଶ୍ୱର : ସରିଲା କ୍ୟାରିୟର, ଆଉ ନିର୍ବାଚନ ଲଢ଼ିବେନି ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ । ଘୋଷଣା କରିଛନ୍ତି ନିଜେ ସାଂସଦ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲ୍ଙ୍କ ବୟାନ । ସେ କହିଛନ୍ତି ଗତ ନିର୍ବାଚନ ବେଳେ ଘୋଷଣା କରିଛି ଗଚ, ଗଖଇ ପାଇଁ ଲଢ଼ିବି ନାହିଁ । କିନ୍ତୁ ଦଳରେ ରହି ସବୁ କାମ କରିବି ବୋଲି ସେ କହିଛନ୍ତି । ଯୁବପିଢିଙ୍କ ପାଇଁ ବାଟ ଛାଡିଦେବି । ଦଳୀୟ ସଂଗଠନ ପାଇଁ ଆଗକୁ କାମ କରିବି । ମୋ ଜୀବନରେ ପଶ୍ଚାତାପ ବୋଲି କିଛି ଆସିବ ନାହିଁ । ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ, ଦିଆଯାଇଥିବା ଦାୟିତ୍ୱ ଠିକ୍ରେ ନିର୍ବାହ କରିଛି । ସେ ଆହୁରି କହିଛନ୍ତି ଯଦି ଦଳ କହିବ ମୁଁ ରାଜ୍ୟପାଳ ହେବି । ପାର୍ଟି ପାଇଁ କାମ କରିବି । ଆଗାମୀ ସମୟରେ ନୂତନ ଯୁବ ପିଢ଼ିକୁ ସୁଯୋଗ ଦିଆଯାଉ । ରାଜ୍ୟ ସଭାରେ ନହେଲେ ରାଜ୍ୟପାଳ ହୋଇପାରିବି । ଦଳ ତାହା ନିଷ୍ପତ୍ତି ନେବ । ଏହାର ମୋର ବ୍ୟକ୍ତି ଗତ ନିଷ୍ପତ୍ତି । ଦଳ ଯଦି କହିବ ନିର୍ବାଚନ ଲଢିବି ବୋଲି କହିଛନ୍ତି ଜୁଏଲ ଓରାମ ।