pr

ଟିଟିଲାଗଡ଼ ଜୁନିଅର ଓମ ଭ୍ୟାଲି ସ୍କୁଲରେ ଗ୍ରୀନ ଡେ ପାଳନ : ଛାତ୍ରଛାତ୍ରୀ କଲେ ବୃକ୍ଷ ରୋପଣ

dr. purohit

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ ଭ୍ୟାଲି ସ୍କୁଲ ଗ୍ରୀନ ସ୍କୁଲ କନସେପ୍ଟରେ ଗଢାଯାଇଛି । ଏଠାରେ ଶିକ୍ଷା ସହ ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେ ଭିତରୁ ବୃକ୍ଷ ରୋପଣ ଅନ୍ୟତମ । ତେବେ ଜୁନିଅର ୱିଂସଠାରେ ଶୁକ୍ରବାର ସକାଳ ୧୦ଟା ସମୟରେ ସ୍କୁଲ ଉପାଧ୍ୟକ୍ଷ । ନିଶି ବେରିଙ୍କ ସଭାପତିତ୍ୱରେ ଗ୍ରୀନ ଡେ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବନଖଣ୍ଡ ଅଧିକାରୀ ସଚିଦାନନ୍ଦ ସୁବୁଦ୍ଧି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫିଜିସିଏନ ଡ. ଚଞ୍ଚଳ କେଜରିୱାଲ । ପ୍ରଥମେ ସ୍କୁଲ ତରଫରୁ ମୁଖ୍ୟ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାପରେ ଗ୍ରୀନ ଡେ ବିଷୟରେ ଆଲୋକପାତ କରିବା ସହ ବୃକ୍ଷ ରୋପଣର ଉପକାରିତା ସମ୍ବନ୍ଧରେ ସୁବୁଦ୍ଧି ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ସେହିପରି ଡ. ଚଞ୍ଚଳ କେଜ୍ରିୱାଲ ଗ୍ରୀନ କଲର ସବୁଜିମାର ପ୍ରତୀକ, ପରିବେଶ ଯେତେ ସବୁଜ ମୟ ହେବ ପରିବେଶ ସେତେ ସୁରକ୍ଷିତ ହେବ, ସେହିପରି ଖାଦ୍ୟ ପେୟରେ ମଧ୍ୟ ସବୁଜ ତଟକା ପନିପରିବା ଖାଇବା ମଧ୍ୟ ଦେହ ପାଇଁ ହିତକାରକ୍ ବୋଲି କହିବା ସହ ଓମ ଭ୍ୟାଲି ସ୍କୁଲର ଏହି ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନେ ସବୁଜ ଫଳ ଓ ପନିପରିବା ଭଳି ସଜ୍ଜିତ ହୋଇ ରେମ୍ପ ସୋ କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ପରିଚାଳନା କରିବାରେ ଶିକ୍ଷକ ଶିବ କୁମାର, ସରୋଜିନୀ ପଟ୍ଟନାୟକ, ପ୍ରିୟା ସିଂ, ବନ୍ଦନା ନାୟକ, ବବିତା ମିଶ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.