ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛ । ଏହି ସଭାରେ ବିଦ୍ୟୁତ ବିଭାଗ ଦ୍ୱାରା ଘନ ଘନ ବିଦ୍ୟୁତ କାଟ କରାଯାଉଥିବା ବେଳେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ଏଣୁ ଏ ବାବଦରେ ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପାଇଁ ପତ୍ରାଳାପ କରିବାକୁ ସ୍ଥିତ କରାଯାଇଥିଲା । କମିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ମାଲପଡାରେ ବର୍ଷା ଯୋଗୁଁ ମଶାର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ଜନସାଧାରଣ ନାନା ରୋଗରେ ଆକ୍ରାନ୍ତ ହୋଇ ପୀଡିତ ହେଉଛନ୍ତ, ଏଣୁ ପୌରପାଳିକାକୁ ମଶା ତେଲ ଓ ମଶା ଧୂଆଁ ଦିଆଯିବାକୁ ପତ୍ରାଳାପ କରିବାକୁ ସ୍ଥିର ହେଲା । ମାଲପଡାରେ ବରିଷ୍ଠ ନାଗରିକମାନଙ୍କୁ ତଥା ୮୦ ବର୍ଷରୁ ଉଦ୍ଧ୍ୱର୍ମାନଙ୍କୁ ସମ୍ମାନିତ କରିଯିବାକୁ ସଭାରେ ସ୍ଥିର କରାଗଲା । ମାଲପଡାରେ ଏକ ପାର୍କ ନ ଥିବାରୁ ଏଠାରେ ପାର୍କ ନିର୍ମାଣ କରାଯିବାକୁ ପୌରପାଳିକାଙ୍କୁ ପତ୍ରାଳାପ କରିବାକୁ ସ୍ଥିର ହେଲା । ଏହି ସଭାରେ ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, ନିତ୍ୟାନନ୍ଦ ମିଶ୍ର, ଦୟାସାଗର ବଗର୍ତ୍ତି, ବିମଳ କୁମାର ଚକ୍ରବର୍ତ୍ତି, ଦେବଜ୍ୟୋତି ଯୋଷୀ, ଛବିଲାଲ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.