ନିର୍ଝରିଣୀ ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଣ୍ଟାବାଞ୍ଜିର ମିଳିତ ଆନୁକୂଲ୍ୟରେ ଚଟୁଅନକାସ୍ଥିତ ଶୈବପୀଠଠାରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଥିଲା । ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ଼ ନାରାୟଣ ମିଶ୍ର, ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ନିର୍ଝରିଣୀର ସମ୍ପାଦକ ତଥା ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସ୍ୱ।ଗତ ଅଭିଭାଷଣ ଓ ସୂର୍ଯ୍ୟକାନ୍ତ ରଣା ଉପ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ପ୍ରଥମେ ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ରାମ ପ୍ରସାଦ ପୁରୋହିତଙ୍କ ସ୍ମୃତି ଚାରଣ କରାଯାଇଥିଲା । ତାପରେ ସଭାରେ ଉପସ୍ଥିତ ଗୁଣନିଧି ରାଉତରାୟ, ହେରମ୍ବ ବାଗ, ନରେନ୍ଦ୍ର ସୁନା, ଥମିର ଛତ୍ରିଆ, ରମେଶ ଦୁବେ, ଘନଶ୍ୟାମ ନିଆଲ, କିଶୋର ଶର୍ମା ଗୁରୁ ପରମ୍ପରା ଉପରେ ଆଲୋକପାତ କରିଥିଲେ ।

jittmm
Leave A Reply

Your email address will not be published.