ବାରିପଦା, (ଦେବସ୍ମିତ ଚୌଧୁରୀ) : ଦେଶର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ଆହୂତ ଦରବୃଦ୍ଧି ନିୟନ୍ତ୍ରଣ କରିବା, ୪ଟି ଦାନବୀୟ ଶ୍ରମ କୋଡ଼ ବାତିଲ କରିବା, ଚାଷୀର ଉତ୍ପାଦିତ ଫସଲର ଆଇନ୍ ଗତ ସ୍ୱୀକୃତି ଦେବା, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ପୁରୁଣା ପେନସନ ଯୋଜନା ଚାଲୁ କରିବା, ସ୍କିମ ୱାର୍କର ଆଶା, ଅଙ୍ଗନବାଡି, ପାଚିକା ସହାୟିକାଙ୍କୁ ଶ୍ରମିକର ମାନ୍ୟତା ସହ ମାସିକ ୨୬ ହଜାର ଟଙ୍କା ମଜୁରୀ ପ୍ରଦାନ କରିବା, ଇପିଏଫ୍ ପେନ୍ସନ୍ଭୋଗୀକୁ ମାସିକ ୯ ହଜାର ଟଙ୍କା ପେନୀସନୀ ପ୍ରଦାନ କରିବା, ଜାତୀୟ ଶିକ୍ଷା ନୀତି, ୨୦୨୦ ବାତିଲ କରିବା, ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ଇତ୍ୟାଦି ୧୭ ଦଫା ଦାବି ନେଇ ଅନୁଷ୍ଠିତ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଅଂଶ ବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ବିକ୍ଷୋଭ ସିପିଆଇ ତଥା ଏଆଇଟିୟୁସି, ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇଏମ୍ ଜିଲ୍ଲା ସମ୍ପାଦକ ସାଥୀ ମୃତ୍ୟୁଞ୍ଜୟ ବେହେରା, ସିଆଇଟିୟୁର ରବି ଗୋସ୍ୱାମୀ, ଏଆଇୟୁଟିୟୁସିର ସାଥୀ ପିତାମ୍ବର ନାଏକ, କଂଗ୍ରେସର ପୂର୍ବତନ ଟାଉନ ସଭାପତି ଶାନ୍ତନୁ ପାଲ, ପ୍ରମୁଖ ବକ୍ତାମାନେ ୧୭ ଦଫା ଦାବି ଉପରେ ବକ୍ତବ୍ୟ ରଖି ଉଭୟ ସରକାରଙ୍କ ଶ୍ରମିକ, କୃଷକ, କର୍ମଚାରୀ ଓ ସାଧାରଣ ମଣିଷ ମାରଣ ନୀତିକୁ ନେଇ ନିନ୍ଦା କରିବା ସହ,ଏ ନୀତି ଆପଣାଇବା ଯୋଗୁଁ ହିଁ ଆଜିର ଧର୍ମଘଟ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇଏନ୍ଟିୟୁସି,ଏଆଇଟିୟୁସି, ସିଆଇଟିୟୁ, ଏଆଇୟୁଟିୟୁସି, ଏଚ୍ଏମ୍ଏସ୍ର ସଦସ୍ୟମାନେ ଶୋଭାଯାତ୍ରାରେ ବାରିପଦା ରେଳ ଷ୍ଟେସନରୁ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏଥିରେ ଏଆଇଟିୟୁସି ପକ୍ଷରୁ କାହ୍ନୁଚରଣ ବେହେରା, ଶ୍ରୀକାନ୍ତ ସାମଲ, ବୁଧୁ ସିଂ, ଗୋବିନ୍ଦ ବେହେରା, ରୋହିଦାସ ସିଂ, ଶ୍ରୀକାନ୍ତ ବୋଷ, ସୋମବାରୀ ପାତ୍ର, ଫୁଲମଣୀ ବିନ୍ଧାଣି, ମହେଶ୍ୱର ବେହେରା, ସୁବାସିନୀ ବିନ୍ଧାଣି, ସିଆଇଟିୟୁ ପକ୍ଷରୁ କୁଞ୍ଜଲତା ମହାନ୍ତ, କାଲୁ ଦେହୁରୀ, ଚମ୍ପା ସୋରେନ୍, ବାହା ମାଝୀ, ଗାୟତ୍ରୀ ମହାପାତ୍ର, କମଳା ମାଝୀ, ଏଚ୍ଏମ୍ଏସ୍ର ସିନଗଲତା ମାଝୀ, ବାରିପଦା ପରିବହନ ସଂଘ ପକ୍ଷରୁ ଅଶୋକ ଭଞ୍ଜଦେଓ, ସୁବାସ ଚନ୍ଦ୍ର ତ୍ରିପାଠୀ, ଗଙ୍ଗାଧର ସାମଲ, ଦାଶରଥି ରାଉତ୍, ଜିଲ୍ଲା ଇପିଏଫ୍ ପେନ୍ସନ୍ ସଂଘ ପକ୍ଷରୁ ମଦନମୋହନ ଜେନା, ଗୋପାଳ ଚନ୍ଦ୍ର ଦାସ, କୁଳମଣି ପାତ୍ର, ଏଆଇଡିଏସ୍ଓ ଜିଲ୍ଲା ସମ୍ପାଦକ ଫୁଲଚାନ୍ଦ ଲୋହାର, କଂଗ୍ରେସର ଭବାନୀ ଶଙ୍କର ସାହୁ ପ୍ରମୁଖ ଆଜିର ଧର୍ମଘଟରେ ସାମିଲ ଥିଲେ ।
