oom

ଗୁଲୁମୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ବିଧାୟକଙ୍କ ଅଚାନକ ଗସ୍ତ

jsmm
  • ମଧ୍ୟାହ୍ନ ଭୋଜନ ସହ ଦୂଷିତ ପରିବେଶ ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ସହ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଜେପି ବିଧାୟକ ନବୀନ ଜୈନ ନିର୍ବାଚିତ ହୋଇଛନ୍ତି । ଲୋକଙ୍କ ସରକାର ବୋଲାଉଥିବା ମୋହନ ମାଝୀଙ୍କ ସରକାରରେ ଲୋକଙ୍କ ସମସ୍ୟାକୁ ବୁଝି ସମାଧାନ କରିବାକୁ ଉଦ୍ୟମ ଚାଲିଛି । ଏହି ପରିପ୍ରେକ୍ଷୀରେ ସରକାରୀ ଯୋଜନାର ସଫଳ ରୂପାୟନ ହେଉଛି କି ନାହିଁ ତାହାର ତର୍ଜମା କରିବା ପାଇଁ ବିଧାୟକ ନବୀନ ଜୈନ ଗୁରୁବାର ଅପରାହ୍ନରେ ଗୁଲୁମୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ତଳେ ବସି ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ ଯାହାକି ତୁଣ୍ଡକୁ ରୁଚିବ ନାହିଁ । ବିଧାୟକଙ୍କ ସହିତ ଉପଜିଲ୍ଲାପାଳ ରେହାନ୍ ଖତ୍ରି, ବିଇଓ ଆର୍ତ୍ତତ୍ରାଣ ରଥ, ଏବିଇଓ ଅଭିରାମ ମାଝୀ ଏବଂ ମିଡ଼ିଆ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣି ଠାରୁ ଆରମ୍ଭ କରି ପରିଷ୍କାର ପରିଚ୍ଛନ୍ନ ଦେଖି ତାଜୁବ ହୋଇଯାଇଥିଲେ ଅଧିକାରୀ । ସରକାର ତ’ ସବୁ ଜିନିଷ ଯୋଗାଇଲେ ଏଭଳି ଅବ୍ୟବସ୍ଥା କଣ ପାଇଁ ବୋଲି ବିଧାୟକ ଉତକ୍ଷିପ୍ତ ହେବା ସହ ଏହିଭଳି ଅବ୍ୟବସ୍ଥା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

jittmm
Leave A Reply

Your email address will not be published.