oom

ଷଷ୍ଠ ବାରିପଦା ଏକ୍ସପୋ ଆଣ୍ଡ ଫନ୍ ଫେୟାର ଆରମ୍ଭ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ଛଉ ପଡିଆଠାରେ ଷଷ୍ଠ ବାରିପଦା ଏକ୍ସପୋ ଆଣ୍ଡ ଫନ୍ ଫେୟାର ଆରମ୍ଭ ହୋଇଯାଇଛି । ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାଟନ କରିବା ସହ ବାରିପଦାକୁ ସ୍ୱଚ୍ଛ ଓ ସୁନ୍ଦର ସହର ରୂପେ ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବାରିପଦା ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀର କୁମାର ବସା ଓ ୱାର୍ଡ ନମ୍ୱର୍ ୧ ର କାଉନସିଲର ସୁକେଶିନୀ ସେଠୀ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ମେଳା ବିଷୟରେ ନିଜର ମତ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା ତଥା ବରିଷ୍ଠ ସାମ୍ବାଦିକ କବି ବିଷ୍ଣୁ ଶତପଥୀ ପ୍ରକାଶ କରିଥିଲେ ଯେ ମେଳା ମାଧ୍ୟମରେ ବିକିବା ଲୋକ ଓ କିଣିବା ଲୋକଙ୍କ ମଧ୍ୟରେ ସିଧାସଳଖ ବ୍ୟବସାୟ ହୋଇଥାଏ ଓ ଆବଶ୍ୟକତା ଅନୁଭବ କରି ନିଜ ମନ ପସନ୍ଦର ଜିନିଷ କିଣିବାରେ ଏହା ସହାୟକ ହୋଇଥାଏ । ଏହି ମେଳାରେ ହସ୍ତତନ୍ତ, ହସ୍ତଶିଳ୍ପ, ଘରୋଇ ଉପକରଣ, ବୈଦୁତିକ ଉପକରଣ ତଥା ବିଭିନ୍ନ ରାଜ୍ୟରୁ ଆସିଥିବା ଆଞ୍ଚଳିକ ପ୍ରସିଦ୍ଧ ଶାଢୀ ପୋଷାକ ଆଦିର ପ୍ରାୟ ୫୦ରୁ ଅଧିକ ଷ୍ଟଲ୍ ମାନ ପ୍ରଦର୍ଶିତ ହେବ । ରାଜ୍ୟ ସଡକ ପରିବହନ ନିଗମ ତରଫରୁ ଏହି ମେଳାରେ ଏକ ବିରାଟ ଷ୍ଟଲ କରାଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯାଉଛି । ମେଳା ମଧ୍ୟକୁ ବୁଲି ଆସିବା ସହିତ ନିଜ ମନ ପସନ୍ଦର ସାମଗ୍ରୀ କିଣିନେବା ନିମନ୍ତେ ମେଳାର ଆବାହକ ସଞ୍ଜୟ କୁମାର ସାହୁ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.