
ରାଉରକେଲା, (ସସ୍ମିତା ପ୍ରଧାନ) : ଗୃହସ୍ଥୀ ଉଦ୍ୟୋଗ ପ୍ରା. ଲି. ଯାହା ୫୦ ବର୍ଷ ଧରି ଭାରତୀୟ ବଜାରରେ ଗୁଣବତ୍ତା ଓ ପାରମ୍ପରିକତାର ପ୍ରତୀକ ଭାବେ ପରିଚିତ, ସେହି କମ୍ପାନୀ ରାଉରକେଲାର ଛେଣ୍ଡ ସ୍ଥିତ କାରଖାନା ପରିସରରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ, ଯାହା ଦ୍ୱାରା ତାଙ୍କ ନୂତନ ଓ ବିସ୍ତୃତ ଅଗରବତୀ ଶ୍ରେଣୀକୁ ବଜାର ପ୍ରବେଶ କରାଯାଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ଗୋମାତା, ଗୁରୁମାତା ଓ ପିତୃଦେବତାଙ୍କୁ ପୂଜା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଗୃହସ୍ଥି ମୁଖ୍ୟ ଗଣେଶ ପ୍ରସାଦ ବାଗାଡ଼ିଆ , ନିର୍ଦ୍ଦେଶିକା ମଞ୍ଜୁଦେବୀ ବାଗଡ଼ିଆ, ଏମ୍ ଡି ଗୋକୁଳ ଆନନ୍ଦ ବାଗଡ଼ିଆ, ସିଇଓ ଅମିତ୍ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ନୂଆ ଅଗରବତୀ ୫୦ ଗ୍ରାମ୍ ଓ ୧୦୦ ଗ୍ରାମ୍ ପ୍ୟାକେଟରେ ଉପଲବ୍ଧ । ୧୩ ପ୍ରକାର ଅଗରବତୀ ମଧ୍ୟରେ ଉଡ୍ସ ପ୍ରିମିୟମ୍ ,ସାଇ ପ୍ରିମିୟମ୍ , ସନ୍ନି ପ୍ରିମିୟମ୍ , ମୋଗ୍ରା, ଲୋବନ ରୋଜ, କେୱଡା, ସାଣ୍ଡଲ, ଡାଏମଣ୍ଡ, ଚମ୍ପା, ଗୋଲ୍ଡ, ଗାର୍ଡେନ, ଗୁଗୁଲ କୁ ପୁନଃ ପ୍ରସ୍ତୁତ କରାଯାଇଥିଲା । ସେହିପରି, ୪ ଇଞ୍ଚ ଧୂପ ଷ୍ଟିକ୍ ଜାର ରୋଜ, କସ୍ତୁରୀ , ଫାଣ୍ଟାସିଆ, ମୋଗ୍ରା, ଯଶମିନ, ସାଣ୍ଡେଲ, ଲାଭେଣ୍ଡର, ଓ ୬ଇଞ୍ଚ ଜାରରେ ଓମେଗା, ପାରାଡାଇସ, ସନ୍ଦାଲମ୍, ସାଫ୍ରୋଣ୍ଣ, ଅମାନତ ନାମରେ ନୂଆଭାବେ ଲଞ୍ଚ କରାଯାଇଥିଲା । ଏହାସହ ଅନ୍ୟ ଏକ ତ୍ରିକୋଣ ଧୂପ ଶ୍ରେଣୀ ଯଥା ଲିଲି, ସାଣ୍ଡେଲ, ମୋଗ୍ରା, ନାଭକର, ଲାଭେଣ୍ଡର, ରୋଜ ଆଦି ବଜାରରେ ଉପଲବ୍ଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅଗ୍ରୱାଲ ପରିଚାଳନା କରିଥିବା ବେଳେ, ସୁଭାଶ୍ରୀରେ, ପ୍ରଫୁଲ୍ଲ କୁମାର ପାତ୍ର, ଅବିନାଶ ମିଶ୍ର, ରତନ ଲାଲ କଂସାରୀ ଓ ଟି. ପୁରୁଷୋତ୍ତମ ପ୍ରମୁଖ ସହଯୋଗ କରିଥିଲେ ।