
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ସିଂହ ବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୨୦ ବର୍ଷ ଧରି ଶିକ୍ଷକତା ସହ ସାଧନ କର୍ମୀ ଭାବେ ଡେଲାଙ୍ଗ ବ୍ଲକରେ ସୁନାମ ଅର୍ଜନ କରିଥିବା ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ଦାସ( ୬୫)ଙ୍କ ବିୟୋଗରେ ଡେଲାଙ୍ଗ ଓ ପିପିଲି ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଅସୁସ୍ଥତା ହେତୁ ସେ ପ୍ରାୟ ଛଅ ମାସରୁ ଉର୍ଦ୍ଧ୍ବକାଳ ଧରି ଚିକିତ୍ସିତ ହୋଇ ଆସୁଥିଲେ । ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଛଅ ନମ୍ବର ରାଜଧାନୀ ଚିକିତ୍ସାଳୟକୁ ନିଆଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୨୪ ତାରିଖ ଅପରାହ୍ନରେ ମୃତ୍ୟୁ ହେଲା । ଡେଲାଙ୍ଗ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ, ଅବସର ଶିକ୍ଷକ ଶିକ୍ଷୟିତ୍ରୀ, ବିଇଓ ,ଏବିଇଓ, ସିଆରସିସିଲଙ୍କ ସହ ପିପିଲି ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୋକବାର୍ତ୍ତାରେ ଶିକ୍ଷକ ସମାଜର ଜଣେ ଉତ୍ତମ ମଣିଷ ଚାଲିଗଲେ ବୋଲି ପ୍ରକାଶ କରି ଆତ୍ମାର ସଦ୍ଦ୍ଗତି କାମନା କରିଛନ୍ତି । ସ୍ଵର୍ଗତ ଦାସଙ୍କ ପ୍ରିୟ ସାଥୀ ଶିକ୍ଷକ ପ୍ରକାଶ କୁମାର ଜେନା, ମନୋଜ ମହାପାତ୍ର, ଦାମୋଦର ରଥ, ଅମରେନ୍ଦ୍ର ମଙ୍ଗରାଜ, ପ୍ରକାଶ ସାମନ୍ତସିଂହାର, କ୍ରିଡା ଶିକ୍ଷକ ପୁରୁଷୋଲତ୍ତମ ମୁଦୁଲି, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ସିଆରସିସି କ୍ଷେତ୍ରବାସୀ ଆଳୁକ, ପ୍ରଦୀପ ବଳିୟାର ସିଂହ , ଦୁର୍ଯ୍ୟେଧନ ପ୍ରଧାନ ଶିକ୍ଷୟିତ୍ରୀ ଦମୟନ୍ତୀ ମଙ୍ଗରାଜ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରି ତାଙ୍କର ଜଣେ ପ୍ରିୟ ଶିକ୍ଷକଙ୍କୁ ହରାଇଲେ ବୋଲି କହିଛନ୍ତି । ସମାଜସେବୀ ନିଳକଣ୍ଠ ସାହୁ, ସୁବାସ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ପିପିଲିର ସିଆରସିସି ଚିନ୍ତାମଣି ଓଝା, ଡେଲାଙ୍ଗ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ, ସିଂହ ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ ଦାସ, ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା, ଶିକ୍ଷକ ସନ୍ତୋଷ ମିଶ୍ର, ପ୍ରଭାତ ସେଠୀ , ଗୋପାଳ ମହାପାତ୍ର, ଅଶୋକ ପ୍ରଧାନ, ପବିତ୍ର ଜେନା, ଫକିର ଦାସ, ଅଭୟ ଚରଣ ସାହୁ ପ୍ରମୁଖ ଅତୀବ ଦୁଃଖ ପ୍ରକାଶ କରି ଆମ ଶିକ୍ଷକ ସମାଜ ଜଣେ ସାହିତ୍ୟ, କଳା ଓ ସଂସ୍କୃତି ଜଗତର ଜଣେ ସୁନ୍ଦର ମଣିଷକୁ ହରାଇଲା ବୋଲି ପ୍ରକାଶ କରି କନ୍ୟା ମୋମା ,ପୁତ୍ର ବାବୁ, ପତ୍ନୀ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ପ୍ରକାଶ ଥାଉକି ସ୍ଵର୍ଗତ ଦାସ କୃଷ୍ଣ ପ୍ରସାଦ ବ୍ଲକ ଜହ୍ନିକୁଦାରେ ଶିକ୍ଷକ ଜୀବନ ଆରମ୍ଭ କରି କିଛି ଦିନ ପରେ ଡେଲାଙ୍ଗ ଆସିଥିଲେ । ସେ ପିପିଲି ସମ୍ବାଦ ସାହିତ୍ୟ ଘରର ସକ୍ରିୟ ସଭ୍ୟ ଭାବେ ସାହିତ୍ୟ ପ୍ରତି ରୁଚି ରଖି କାର୍ଯ୍ୟ କରିଥିଲେ ।