ସାଲେପାଲି ଛକ ବସଷ୍ଟପ ପାଲଟିଛି ଗାଈ ଗୁହାଳ : ବସ୍ ଅପେକ୍ଷା ପାଇଁ ଆସି ଯାତ୍ରୀ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁ ଛକରେ ଥିବା ବସଷ୍ଟପ ଏବେ ଗାଈ ଗୁହାଳ ପାଲଟିଛି । ସାଲେପାଲି ଛକରେ ଥିବା ଏହି ବସଷ୍ଟପ ସାମ୍ନାରେ ଗାଈ ବଳଦ ରହୁଥିବା ବେଳେ ଭିତରେ ଗୁହାଳ ସାମଗ୍ରୀ ରଖା ଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଦେଓଗାଁ ବ୍ଲକରୁ ଗ୍ରାମାଞ୍ଚଳ ଦିଗରେ ଚାଲିଥିବା ବସରେ ଯାତ୍ରୀମାନେ ବିଭିନ୍ନ ଗାଁ ଯିବା ସହ ବ୍ଲକ କାର୍ଯ୍ୟାଳୟ ଯିବା ପାଇଁ ଛକକୁ ଆସି ଅପେକ୍ଷା ପାଇଁ ଏହି ବସ୍ ଷ୍ଟପ ନିକଟକୁ ଆସି ହିନସ୍ଥା ହେଉଛନ୍ତି ଯାତ୍ରୀ । ହେଲେ ବସକୁ ଅପେକ୍ଷା କରିବା ପାଇଁ ପ୍ରତିକ୍ଷାଳୟ ପାଇଁ ସରକାର ପକ୍ଷରୁ ଯୋଗାଇ ଦେଇଥିବା ବେଳେ ଏହି ସ୍ଥାନରେ ଗାଈ ଗୁହାଳ କରାଯାଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅସନ୍ତୋଷ ବୃଦ୍ଧି ପାଉଛି । ଓଡ଼ିଶା ସରକାରଙ୍କ ବସଷ୍ଟପ ସାଲେପାଲି ଛକ ଲେଖା ଥିବା ଏହି ଯାତ୍ରୀ ପ୍ରତିକ୍ଷାଳୟରେ ମାର୍ବଲ ଲାଗି ବସିବ ପାଇଁ ସିଟ ନିର୍ମାଣ କରାଯାଇଛି । ଏହି ବସଷ୍ଟପ ସାମ୍ନା କାନ୍ଥରେ ସମ୍ବଲପୁରୀ ଧଡ଼ି ଚିତ୍ରଣ କରାଯାଇଥିବା ବେଳେ ସାମ୍ନାରେ ଲାଗିଛି ଷ୍ଟିଲ ରିଲିଂ । ଅତି ସାଜସଜ୍ଜା ଭାବେ ନିର୍ମାଣ ହୋଇଥିବା ଏହି ବସଷ୍ଟପକୁ ଦୀର୍ଘଦିନ ଧରି ନିୟମିତ ଭାବେ ଏହି ଗାଈ ଗୁହାଳ ଭଳି କାମରେ ଲଗାଉଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

jittmm
Leave A Reply

Your email address will not be published.